fbpx

ଐତିହାସିକ ବାରବାଟୀ ଷ୍ଟାଡିୟମର ହେବ ନବକଳେବର: ଆଜି ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ

କଟକ: ଓଡ଼ିଶାର ଐତିହାସିକ ବାରବାଟୀ କ୍ରିକେଟ ଷ୍ଟାଡିୟମକୁ ନୂଆ ରୂପ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଆଜି ବାରବାଟୀ ଷ୍ଟାଡିୟମ ପ୍ରକଳ୍ପର ଶିଳାନ୍ୟାସ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିବେ । ଏହାସହିତ ଷ୍ଟାହିୟମରେ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ତେବେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଠାରେ ମୋଟ ୪୧ଟି କ୍ରିକେଟ ଏକାଡେମୀର ଲୋକାର୍ପଣ କରାଯିବ ।

Get real time updates directly on you device, subscribe now.