fbpx

ଆଜି ରାଜ୍ୟସଭା ନିର୍ବାଚନ: ୩ଟି ରାଜ୍ୟର ୧୫ଟି ଆସନ ପାଇଁ ଆଜି ହେବ ମତଦାନ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାର ୧୫ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ୩ଟି ରାଜ୍ୟର ମୋଟ ୧୫ଟି ଆସନ ପାଇଁ ମତଦାନ ହେବ । ଆଜି ଉତ୍ତରପ୍ରଦେଶର ୧୦ଟି ଆସନରେ ମତଦାନ ହେବାକୁ ଥିବା ବେଳେ କର୍ଣ୍ଣାଟକରେ ୪ଟି ଏବଂ ହିମାଚଳ ପ୍ରଦେଶର ଗୋଟିଏ ଆସନ ପାଇଁ ନିର୍ବାଚନ ହେବ । ସକାଳ ୯ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଅପରାହ୍ନ୍ ୫ଟାରେ ନିର୍ବାଚନର ପଳାଫଳ ପ୍ରକାଶ ପାଇବ । ଏହାବ୍ୟତୀତ ପୂର୍ବରୁ ୪୧ ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି । ଓଡ଼ିଶାରୁ ମଧ୍ୟ ୩ ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏହି ତାଲିକାରେ ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ସାମିଲ ରହିଛି ।

Get real time updates directly on you device, subscribe now.