fbpx

ଭୟଙ୍କର ନିଆଁରେ ଜଳୁଛି ହସ୍ପିଟାଲ: ଅଘଟଣରେ ୨୦୦ରୁ ଅଧିକ ଲୋକ ଆହତ, ୪ ମୃତ୍ୟୁ

ନୂଆଦିଲ୍ଲୀ: ଇଟାଲୀର ଟୋବଲିରେ ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏହି ନିଆଁରେ ଝଲସି ୪ ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜାଣିବାକୁ ମିଳିଛି । ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବହୁ ଉଦ୍ୟମ ପରେ ସଫଳ ହୋଇଛି ଅଗ୍ନିଶମ ବାହିନୀ । ବର୍ତ୍ତମାନ ହସ୍ପିଟାଲରେ ଅଗ୍ନିକାଣ୍ଡ ଏବେ ଆୟତ୍ତ ହୋଇଛି । ତେବେ ସର୍ଟ ସର୍କଟ ଯୋଗୁଁ ଏଭଳି ଏକ ଭୟଙ୍କା ଅଗ୍ନିକାଣ୍ଡ ଘଟିଯାଇଥିବା ଜାଣିବାକୁ ମିଳିଛି । ଆହତମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଅନ୍ୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.