fbpx

ଅସଂଯତ ଅବସ୍ଥାରେ ଭୁବନେଶ୍ୱରର ଏକ ଲଜରୁ ସ୍ତ୍ରୀକୁ ଧରିଲା ସ୍ୱାମୀ

ଓଡିଶା ଭାସ୍କର; ଅସଂଯତ ଅବସ୍ଥାରେ ଲଜରୁ ସ୍ତ୍ରୀକୁ ଧରିଲା ସ୍ୱାମୀ । ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି ଭୁବନେଶ୍ୱର ଅଶୋକ ନଗର ସ୍ଥିତ ନିଗମ ଲଜରୁ ସ୍ତ୍ରୀକୁ ଧରିଛି ସ୍ୱାମୀ । ଏନେଇ କ୍ୟାପିଟାଲ ଥାନାରେ ସ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିଛନ୍ତି ସ୍ୱାମୀ ବଳରାମ ଜେନା । ମହିଳା ଜଣଙ୍କ ସୁନା ଚୁଡ଼ି, ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇ ଆସିଥିବା ଏତଲାରେ ଉଲ୍ଲେଖ କରିଛନ୍ତି।

ସୂଚନା ଅନୁଯାୟୀ; ଗତ ୧୪ ତାରିଖରୁ ଘରୁ ଲୁଚି ପଳାଇ ଆସିଥିଲେ ମହିଳା ଜଣଙ୍କ । ଆସିବା ବେଳେ ଶଶୁର ଘରୁ ମହିଳା ଜଣଙ୍କ ସୁନା ଚୁଡ଼ି, ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇ ଆସିଥିଲେ । ଫେରାର ହୋଇଯିବା ପରେ ଅନ୍ୟ ଜଣେ ଯୁବକ ସହ ଅଶୋକ ନଗରର ଏକ ଲଜରେ ରହୁଥିଲେ। ନିଗମ ଲଜର ରୁମ ନମ୍ବର ୧୫ରେ ଲୁଚି ରହୁଥିଲେ ମହିଳା ଓ ତାଙ୍କ ପ୍ରେମିକ । ଏହାପରେ ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ୱାମୀ ସ୍ତ୍ରୀର ଅନୁସନ୍ଧାନ କରିଥିଲେ । ଅଶୋକ ନଗରର ଏକ ଲଜରେ ସ୍ତ୍ରୀ ରହୁଥିବା ଖବର ପାଇ ସ୍ୱାମୀ ହଠାତ ସେଠାରେ ପହଞ୍ଚିଥିଲେ । ରୁମର କବାଟ ବାଡେଇ ଡାକିବା ପୂର୍ବରୁ ସ୍ୱାମୀ ବଳରାମ ଜେନା କ୍ୟାମେରାରେ ସେହି ସମୟର ସବୁ କିଛି କଏଦ କରିଥିବା ଦେଖିବାକୁ ମିଳିଛି ।

ପୂର୍ବରୁ ଏନେଇ ଜଙ୍କିଆ ଥାନାରେ ନିଖୋଜ ହୋଇଥିବା ନେଇ ଏତଲା ଦେଇଥିଲେ ପରିବାର ଲୋକେ । ସ୍ୱାମୀଙ୍କ ଏତଲା ପରେ ମହିଳାଙ୍କୁ ଉଦ୍ଧାର କରିଛି କ୍ୟାପିଟାଲ ଥାନା ପୋଲିସ । ମହିଳା ଜଣକଙ୍କର ପାଞ୍ଚ ବର୍ଷର ଗୋଟିଏ ଶିଶୁ ଥିବା ଜଣା ପଡିଛି ।

Get real time updates directly on you device, subscribe now.