fbpx

ଦିଲ୍ଲୀର UPI ରୁ Payment ଦେଖି ଆଶ୍ଚର୍ଯ୍ୟ ହେଲେ ଜାପାନ ମନ୍ତ୍ରୀ ! ମିଲିୟନରେ ହେଉଛି କାରବାର

ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଗ୍ରହଣ କରିବାକୁ ପ୍ରାୟ ୩୫-୪୦ ଦେଶ ଭାରତ ସହ ଆଲୋଚନା କରୁଛନ୍ତି। ବିଶେଷ କରି ଦିଲ୍ଲୀ ଗସ୍ତ ସମୟରେ ଜାପାନ ମନ୍ତ୍ରୀ ୟୁପିଏର ବ୍ୟାପକ ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏତେ ପରିମାଣର ୟୁପିଆଇ ବ୍ୟବହାର ଦେଖି ସେ ମଧ୍ୟ ଖୁବ ଶୀଘ୍ର ନିଜ ଦେଶରେ ଏହି ପେମେଣ୍ଟ ସିଷ୍ଟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଭାରତ ୨୦୨୨-୨୩ ରେ ୭୧,୫୬୪ ନିୟୁତ UPI କାରବାର ହୋଇଥିବା ରେକର୍ଡ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ୧୫,୦୦୦ ମିଲିୟନ ଟଚଓ କାରବାର ଅତିକ୍ରମ କରିଛି। ରେକର୍ଡ ଅନୁଯାୟୀ ଏପ୍ରିଲ୍ ମାସରେ ସର୍ବାଧିକ ୮,୮୬୩ ନିୟୁତ UPI କାରବାର ହୋଇଛି ।

ଜାପାନ ଆସନ୍ତା ମାସ ଆରମ୍ଭରେ UPI ସିଷ୍ଟମ ଲଞ୍ଚ କରିବାକୁ ଚିନ୍ତା କରୁଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ୩୫-୪୦ ଦେଶ ବର୍ତ୍ତମାନ UPI ଗ୍ରହଣ କରିବାକୁ ଚିନ୍ତା କରୁଛନ୍ତି। ଏହି ପ୍ରସଙ୍ଗରେ ଭାରତ ସେମାନଙ୍କ ସହ ସକ୍ରିୟ ଭାବେ ଜଡିତ ଅଛି।

ଅଧିକାରୀଜଣଙ୍କ ଆହୁରି କହିଛନ୍ତି ଯେ, ଜାପାନର ଡିଜିଟାଲ୍ ମନ୍ତ୍ରୀ କୋନା ତାରୋ ନିକଟରେ ଭାରତ ଆସିଥିଲେ ଏବଂ କିଛି ବରିଷ୍ଠ ମନ୍ତ୍ରୀଙ୍କୁ ଭେଟିଥିଲେ । ଯେଉଁମାନେ ତାଙ୍କୁ ଭାରତରେ UPI ବ୍ୟବହାର ଉପରେ ଦୃଷ୍ଟି ଆରୋପ କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ମନ୍ତ୍ରୀ ଦିଲ୍ଲୀର ପ୍ରସିଦ୍ଧ ଖାନ ମାର୍କେଟର ଏକ କଫି ଦୋକାନକୁ ଯାଇ ସମସ୍ତଙ୍କୁ ଅନଲାଇନ୍ ପେମେଣ୍ଟ କରିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଜାପାନକୁ ଫେରିବା ପରେ ମନ୍ତ୍ରୀ କୋନା ତରୋ ତୁରନ୍ତ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇ UPI ପ୍ରସଙ୍ଗରେ ଆଲୋଚନା କରିଥିଲେ।

Get real time updates directly on you device, subscribe now.