fbpx

ଆଗଷ୍ଟ ୧୫ ପାଇଁ ଷଡ଼ଯନ୍ତ୍ର ଯୋଜନା କରୁଛି ଖାଲିସ୍ତାନୀ ସଂଗଠନ ! ଆଲର୍ଟ ମୋଡରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଖାଲିସ୍ତାନୀ ସଂଗଠନ ପକ୍ଷରୁ ବଡ଼ ଷଡ଼ଯନ୍ତ୍ର କରାଯାଉଥିବା ନେଇ ଆଲର୍ଟ ଜାରି କରାଯାଇଛି । ଅଗଷ୍ଟ ୧୫ରେ ଦିଲ୍ଲୀ ସ୍ଥିତ ବିଭିନ୍ନ ସ୍ଥାନରେ ଖାଲିସ୍ତାନୀ ନାରାବାଜୀ କରିବା ସହ ପୋଷ୍ଟର ଲଗାଇପାରନ୍ତି । କେବଳ ଏତିକି ନୁହେଁ ଦିଲ୍ଲୀ ପୋଲିସକୁ ଟର୍ଗେଟ କିଲିଂର ସୂଚନା ମଧ୍ୟ ମିଳିଛି ।

ଖାଲିସ୍ତାନୀ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ରକୁ ନେଇ ଗୁପ୍ତ ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଆଲର୍ଟ ମୋଡକୁ ଆସିଛି । ଆସନ୍ତା ଅଗଷ୍ଟ ୧୫କୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ କୌଣସି ପ୍ରକାର ଅବହେଳା କରିବାକୁ ଚାହୁଁନାହିଁ । ଏନେଇ ଦିଲ୍ଲୀ ପୋଲିସ କମିଶନର ଉଚ୍ଚସ୍ତରୀୟ ବୈଠକ କରିବେ । ନିକଟରେ ଭାରତରେ ଖାଲିସ୍ତାନୀ ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ମେଟ୍ରୋ ସମେତ ଅନେକ ସ୍ଥାନରେ ଖାଲିସ୍ତାନୀ ସମର୍ଥନରେ ପୋଷ୍ଟର ଲଗାଯାଇଥିଲା । ସ୍ୱାଧୀନତା ଦିବସ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍ କିଲାରେ ପତାକା ଉତ୍ତୋଳନ କରିବେ । ଏହି ସବୁକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ସହ କଡ଼ାକଡ଼ି କରାଯାଇଛି ।

ନିକଟରେ ପଞ୍ଜାବ ପୋଲିସ ଖାଳିସ୍ତାନ ନେଟୱାର୍କର ବଡ଼ ଖୁଲାସା କରିଥିଲେ । କାନାଡ଼ାରେ ଥିବା ଖାଲିସ୍ତାନୀ ଆତଙ୍କୀ ଲଖବୀର ସିଂହ(ଲାଣ୍ଡା)ଙ୍କ ୩ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ଏମାନେ exortion ନେଟୱାର୍କ, ପାକିସ୍ତାନରୁ ଆସୁଥିବା ଅସ୍ତ୍ରଶସ୍ତ୍ର, ଡ୍ରଗ୍ସ ଏବଂ ଅନ୍ୟ ଅପରାଧରେ ସାମିଲ ଥିଲେ । ପଞ୍ଜାବ ଡିଜିପି ଗୌରବ ଯାଦବଙ୍କ କହିବାନୁଯାୟୀ ସମସ୍ତ ତଥ୍ୟର ଯାଂଚ କରିବା ପରେ ଜାଲନ୍ଧର ପୋଲିସ ଏହି ୩ ଜଣଙ୍କୁ ଗିରଫ କରିଥିଲା । ବିଦେଶୀ ହେଣ୍ଡଲରମାନେ ପ୍ରତିଦ୍ୱନ୍ଦୀ ଗ୍ୟାଙ୍ଗର ଜଣେ ସଦସ୍ୟକୁ ମାରିବା ପାଇଁ ଏହି ୩ ଜଣଙ୍କୁ ନିଯୁକ୍ତ କରିଥିଲେ ।

Get real time updates directly on you device, subscribe now.