fbpx

ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ; ତାଣ୍ଡବ ରଚୁଛି ବାତ୍ୟା ‘ମୋଚା’

ଭୁବନେଶ୍ୱର : ରବିବାର ଦିନ ମିଆଁମାର ଏବଂ ବାଂଲାଦେଶ ଉପକୂଳରେ ବାତ୍ୟା ମୋଚା ତାଣ୍ଡବ ରଚୁଛି । ମିଳିଥିବା ଖବର ଅନୁଯାୟୀ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି । ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୧୮୦ ରହିଛି । ଅପରାହ୍ନ ୩ଟା ରେ ଏହା ଶୀଖର ବା ପିକ୍ ପଏଣ୍ଟରେ ରହିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୨୧୦ ରହିବ ବୋଲି ପୂର୍ବାନୁମାନ କରାଯାଉଚି । ପବନର ସର୍ବୋଚ୍ଚ ବେଗ ୨୪୦ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ମିଳିତ ଜାତିସଂଘର ଏଜେନ୍ସି ବିଶ୍ୱ ପାଣିପାଗ ବିଭାଗ ଚେତାବନୀ ଦେଇଥିବା ସୂଚନା ଅନୁସାରେ ଏହି ସୁପର ସାଇକ୍ଲୋନନ୍ ଦୁଇ ଦେଶର ଉପକୂଳରେ ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ଘଟାଇବାର ସମ୍ଭାବନା ରହିଛି । ଉଭୟ ବାଂଲାଦେଶ ଏବଂ ମିଆଁମାର ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମେତ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଶିବିରରେ ଆଶ୍ରୟ ଦିଆଯାଇଛି ।

ଭାରତ ପାଣିପାଗ ବିଭାଗ ଅନୁଯାୟୀ ବାତ୍ୟା ମୋଚା ଆଜି ବାଂଲାଦେଶର କକ୍ସ ବଜାର ଏବଂ ଉତ୍ତର ମିଆଁମାରର କାୟୁକପିୟୁ ଦେଇ ଅତିକ୍ରମ କରିବ । ମିଆଁମାରର ପାଣିପାଗ ବିଭାଗ କହିଛି ଯେ ବାତ୍ୟା ମୋଚା ମିଆଁମାରର ରାଖାଇନ୍ ରାଜ୍ୟ ଉପକୂଳରେ ପହଞ୍ଚିଛି ଏବଂ ଖୁବ୍ ଶୀଘ୍ର କେନ୍ଦ୍ର ସିତ୍‌ୱେ ଟାଉନସିପ୍ ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି ମିଆଁମାରର ପାଣିପାଗ ବିଭାଗ କହିଛି।

Get real time updates directly on you device, subscribe now.