fbpx
BJD SKY
BJD SKY

ଏଇ ଜାଗାରୁ ଚାଲି ଚାଲି କରନ୍ତି ବିଦେଶ ଯାତ୍ରା: ବାସ୍ କରିବାକୁ ହେବ ଏହି କାମ

BJD

ନୂଆଦିଲ୍ଲୀ: ରେଳଲାଇନକୁ ଦେଖିଲେ ଅନେକକ ଲୋକଙ୍କ ମନରେ ଏମିତି ଗୋଟିଏ ପ୍ରଶ୍ନ ଆସେ । କେଉଁଠି ଶେଷ ହୋଇଛି ଏହି ଟ୍ରାକ? ବୋଧହୁଏ ଏହାର ଉତ୍ତର ଅନେକ ଲୋକଙ୍କ ପାଖରେ ନଥିବ । କାରଣ ରେଳ ଲାଇନ ରାଜ୍ୟରୁ ରାଜ୍ୟକୁ ଯୋଡିବାରେ ସାହାଯ୍ୟ କରିଥାଏ । ତେବେ ଦେଶର ଶେଷ ରେଳ ଷ୍ଟେସନ ବିଷୟରେ ଆପଣଙ୍କୁ ସୂଚନା ଦେଇପାରିବୁ । ଆସନ୍ତୁ ଜାଣିବା ଭାରତର ଶେଷ ରେଲୱେ ଷ୍ଟେସନ ବିଷୟରେ ।

ଦେଶର ଶେଷ ରେଲୱେ ଷ୍ଟେସନ ବିହାରର ଅରରିୟା ଜିଲ୍ଲାରେ ଅବସ୍ଥିତ ଥିବା ବେଳେ ଦ୍ୱିତୀୟଟି ପଶ୍ଚିମବଙ୍ଗରେ ରହିଛି । ଅରରିୟାର ଜୋଗବନୀ ଷ୍ଟେସନକୁ ଦେଶର ଶେଷ ରେଲୱେ ଷ୍ଟେସନ ବୋଲି କୁହାଯାଇଥାଏ । କାରଣ ଏହି ସ୍ଥାନରୁ ଆପଣ ଟ୍ରେନରୁ ଓହ୍ଲାଇ ଚାଲି ଚାଲି ନେପାଳକୁ ଯାଇପାରିବେ । ଏହାବ୍ୟତୀତ ପଶ୍ଚିମ ବଙ୍ଗର ସିଂହାବାଦ ଷ୍ଟେସନ ମଧ୍ୟ ଦେଶର ଶେଷ ଷ୍ଟେସନ ଭାବରେ ସ୍ଥାନ ପାଇଛି । ଦକ୍ଷିଣ ଭାରତରେ ଯେଉଁଠି ଦେଶର ସାମୁଦ୍ରିକ ସୀମା ଆରମ୍ଭ ହେଉଥାଏ, ସେଠାରେ ଏକ ଷ୍ଟେସନକୁ ଦେଶର ଶେଷ ଷ୍ଟେସନ ବୋଲି କୁହାଯାଏ । ପଶ୍ଚିମବଙ୍ଗ ମାଳଦା ଜିଲ୍ଲାର ହବିବପୁରରେ ଥିବା ଭାରତୀୟ ସୀମାର ଶେଷ ଷ୍ଟେସନ, ଯାହା ବାଂଲାଦେଶ ସୀମାର ଖୁବ ନିକଟରେ ରହିଛି ।

ଇଂରେଜ ଶାସନରେ ପ୍ରସ୍ତୁତ କରାଯାଇଥିଲା ସିଂହାବାଦ ଷ୍ଟେସନ । ୧୯୭୮ ମସିହାରେ ଏହି ରୁଟରେ ମାଲଗାଡି ଚାଲିବା ଆରମ୍ଭ ହୋଇଥିଲା । ଏହି ଗାଡି ପ୍ରଥମେ ଭାରତ-ବାଂଲାଦେଶ ମଧ୍ୟରେ ଗମନାଗମନ ପଦ୍ଧତିରେ ସାହାଯ୍ୟ କରୁଥିଲା । ତେବେ ଗତ ୨୦୧୧ ମସିହା ନଭେମ୍ବରରେ ଏକ ପୁରୁଣା ଚୁକ୍ତିରେ ସଂଶୋଧନ ପରେ ଭାରତର ପଡୋଶୀ ରାଷ୍ଟ୍ର ନେପାଳ ମଧ୍ୟ ଏହି ରୁଟରେ ସାମିଲ ହୋଇଛି । ଏହି ଷ୍ଟେସନ ବାଂଲାଦେଶରୁ ଅଳ୍ପ ଦୂରରେ ରହିଥିବାରୁ ଏଠାରୁ ଲୋକମାନେ ଚାଲି ଚାଲି ବାଂଲାଦେଶ ଯାଇପାରନ୍ତି ।

Get real time updates directly on you device, subscribe now.