fbpx

WHO ପକ୍ଷରୁ ଆସିଲା ଚେତାବନୀ: ଲୁଣ ପାଇଁ ଚାଲିଯିବ ୭୦ ଲକ୍ଷ ଲୋକଙ୍କ ଜୀବନ! ସତର୍କ ନହେଲେ ବଢ଼ିବ ହାର୍ଟ ଆଟାକ, ଷ୍ଟ୍ରୋକ, ହାଇ ବିପି, ମୋଟାପା, କିଡନୀ ସମସ୍ୟା

ନୂଆଦିଲ୍ଲୀ: ପ୍ରତ୍ୟେକ ଲୋକଙ୍କର ଦୈନନ୍ଦିନ ଜୀବନରେ ଲୁଣ ନିହାତି ଆବଶ୍ୟକ । ଖାଦ୍ୟ ଯେତେ ସ୍ୱାଦିଷ୍ଟ ହେଲେ ହେଁ ଯଦି ସେଥିରେ ଲୁଣ ନ ପଡ଼ିବ, ତେବେ ତା’ର କିଛି ମହତ୍ତ୍ୱ ରହିନଥାଏ । ତେବେ ସାରା ବିଶ୍ୱରେ ଯଦି ଜଣେ ବ୍ୟକ୍ତି ପାଖାପାଖି ୧୦.୮ ଗ୍ରାମ ଲୁଣ ବ୍ୟବହାର କରୁଛି, ତେବେ ଏହା ଆବଶ୍ୟକ ସୀମାଠାରୁ ଢେର ଅଧିକ । ସମୟ ପୂର୍ବରୁ ଏନେଇ ସତର୍କ ନହେଲେ ଆଗାମୀ କିଛି ବର୍ଷ ମଧ୍ୟରେ ମନୁଷ୍ୟ ମରଣମୁଖରେ ପଡ଼ିବା ଅବଶ୍ୟମ୍ଭାବୀ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଲୁଣକୁ ନେଇ ଏକ ଭୟଙ୍କର ରିପୋର୍ଟ ଜାରି କରାଯାଇଛି । ଲୁଣ ଦେଖିବାକୁ, ଖାଇବାକୁ ସାଧାରଣ ଜଣାପଡ଼ୁଥିଲେ ହେଁ ଏହା ଆପଣଙ୍କର ଶତ୍ରୁ ପାଲଟିବାର ସମ୍ଭାବନା ରହିଛି । ଯଦି ଲୁଣର ବ୍ୟବହାରକୁ ସୀମିତ କରାନଯାଏ ତେବେ ଆଗାମୀ ୭ ବର୍ଷ ମଧ୍ୟରେ ୭୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡ଼ିବାର ସମ୍ଭାବନା ରହିଛି । ଏଥିସହିତ ଅନେକ ରୋଗର ଶିକାର ହେବାର ମଧ୍ୟ ଆଶଙ୍କା ରହିଛି ।

ଲୁଣ ଖାଇବା ଦ୍ୱାରା ହେବାକୁ ଥିବା ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଏହି ରିପୋର୍ଟ ମାଧ୍ୟମରେ ବିଭିନ୍ନ ଦେଶର ସରକାରଙ୍କୁ ଅପିଲ କରାଯାଇଛି । ଆମ ଶରୀର ପାଇଁ କେତେ ମାତ୍ରାରେ ଆୟୋଡିନ ଆବଶ୍ୟକ ରହିଛି ସେନେଇ ପ୍ୟାକେଜଡ ଫୁଡ ଉପରେ ସ୍ପଷ୍ଟ ଭାବେ ଲେଖିବାକୁ କୁହାଯାଇଛି । ଲୁଣ ମାତ୍ରାଧିକ ସେବନ ଫଳରେ ହାର୍ଟ ଆଟାକ, ଷ୍ଟ୍ରୋକ, ହାଇ ବ୍ଲଡପ୍ରେସର ପରି ସମସ୍ୟା ସୃଷ୍ଟି ହୋଇଥାଏ । ସାରା ବିଶ୍ୱରେ ପ୍ରତ୍ୟେକ ବର୍ଷ ହାର୍ଟ ସମ୍ବନ୍ଧୀୟ ରୋଗରେ ପାଖାପାଖି ୧.୮ କୋଟି ଲୋକ ମରୁଛନ୍ତି । ଭାରତରେ ମଧ୍ୟ ଏହି ସଂଖ୍ୟା ୨୦ ଲକ୍ଷରୁ ଅଧିକ ରହିଛି ।
ତେବେ ଏହି ମୃତ୍ୟୁସଂଖ୍ୟା ପାଇଁ ଅନେକ କ୍ଷେତ୍ରରେ ଲୁଣ ହିଁ ଦାୟୀ ହୋଇଥାଏ । ଏଥିସହିତ ଲୁଣ କାରଣରୁ ୫୦ ଲକ୍ଷରୁ ଅଧିକ ଲୋକ ଷ୍ଟ୍ରୋକରେ ପ୍ରାଣ ହରାଇଥାନ୍ତି । କେବଳ ସୋଡିୟମର ଅତ୍ୟଧିକ ସେବନ ଫଳରେ ପ୍ରତ୍ୟେକ ବର୍ଷ ୧୮ ଲକ୍ଷ ଲୋକ ମୃତ୍ୟୁର ଶିକାର ହେଉଛନ୍ତି ।

ଏହାବ୍ୟତୀତ ଆହୁରି ଅନେକ ଲୋକ ଗମ୍ଭୀର ରୋଗରେ ପଡ଼ୁଛନ୍ତି । ସରକାର ଚାହିଁଲେ ଏହାକୁ ନିୟନ୍ତ୍ରଣ କରିପାରିବେ । ବିଶେଷ କରି ପ୍ରୋସେସଡ ଓ ପ୍ୟାକେଜଡ ଫୁଡ ଉପରେ ଲୁଣର ବାଧ୍ୟତାମୂଳକ ସୀମା ଲାଗୁ କରାଯିବା ଜରୁରୀ । ଏହା ବିନା ଅର୍ଥ ଖର୍ଚ୍ଚରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ବଞ୍ଚାଇ ପାରିବ ।

ସେଣ୍ଟର ଅଫ୍ ଡିଜିଜ (ସିଡିସି) ପକ୍ଷରୁ ପ୍ରତ୍ୟେକ ବ୍ୟକ୍ତି କେବଳ ଗୋଟିଏ ଚାମଚ ଲୁଣ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ସାଧାରଣ ଭାବେ ଲୁଣ ଏକ ଆବଶ୍ୟକ ପୋଷକତତ୍ତ୍ୱ ହୋଇଥିବା ବେଳେ ସେଥିରେ ସୋଡିୟମ ରହିଥିବା କାରଣରୁ ତାହା ରକ୍ତ ବାହିକାଗୁଡ଼ିକୁ ସଂକୀର୍ଣ୍ଣ ଓ କଠିନ କରିଦେଇଥାଏ । ଫଳରେ ମଣିଷକୁ ହାର୍ଟ ଆଟାକ, ମୋଟାପା, କିଡନୀ ତଥ୍ୟ ଅନ୍ୟ ରୋଗରେ ଆକ୍ରାନ୍ତ କରାଇଥାଏ । ପ୍ୟାକେଜଡ ଫୁଡ ହେଉଛି ଲୁଣର ସବୁଠାରୁ ବଡ଼ ସ୍ରୋତ । ତେଣୁ ଘରେ ଲୁଣର ବ୍ୟବହାର କମ୍ କରିବାର ପରାମର୍ଶ ଦେବାର କୌଣସି ଫାଇଦା ନାହିଁ । ପ୍ୟାକେଜଡ ଓ ପ୍ରୋସେସଡ ଫୁଡ ମାମଲାରେ ଲୋକମାନେ ଅଧିକ ଲାପରବାହୀ ରହିଛନ୍ତି । ସାରା ଦୁନିଆରେ ଖାଦ୍ୟରେ ୭୦ ପ୍ରତିଶତରୁ ଅଧିକ ଲୁଣ ଏହି ପ୍ୟାକେଜଡ ଓ ପ୍ରୋସେସଡ ଫୁଡରୁ ଆସୁଛି ।

Get real time updates directly on you device, subscribe now.