fbpx

Instagram ପ୍ରୋଫାଇଲର ବଦଳିଯିବ Look: ନୂଆ ରୂପରେ ୟୁଜର ଦେଖିବେ ନିଜ ଫଟୋ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆ ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଶୈଳୀର ଏକ ପ୍ରମୁଖ ଅଙ୍ଗ ପାଲଟିଛି । ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମ ଭିତରୁ ବେଶ୍ ଲୋକପ୍ରିୟତା ହାସଲ କରିଛି ଇନଷ୍ଟାଗ୍ରାମ । ତେଣୁ ୟୁଜରଙ୍କୁ ଏହି ପ୍ଲାଟଫର୍ମରେ ବାନ୍ଧି ରଖିବା ପାଇଁ ଇନଷ୍ଟାଗ୍ରାମ ଲଗାତାର ନୂଆ ନୂଆ ଫିଚର ଲଞ୍ଚ୍ କରୁଛି । ବର୍ତ୍ତମାନ ଇନଷ୍ଟାଗ୍ରାମ ପ୍ରୋଫାଇଳରେ ଏକ ଜବରଦସ୍ତ ଫିଚର ଲଞ୍ଚ୍ କରିବାକୁ ଯାଉଛି । ଏହି ଫିଚର ପରେ ପ୍ରୋଫାଇଲର ଲୁକ୍ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ । ପ୍ରୋଫାଇଲରେ ଥିବା ଗ୍ରୀଡରେ ପରିବର୍ତ୍ତନ କରିବା ପାଇଁ ପ୍ଲାନ କରୁଛି କମ୍ପାନୀ ।

ଇନଷ୍ଟାଗ୍ରାମ ଏକ ନୂଆ ଫିଚର ଉପରେ କାର୍ଯ୍ୟ କରୁଛି । ଏହା ରୋଲ୍ ଆଉଟ୍ ହେବା ପରେ ପ୍ରୋଫାଇଲରେ ଥିବା ପିକଚର୍ସ ମଧ୍ୟ ଗ୍ରୀଡରେ ରିଲ୍ସ ଦେଖା ହେବା ଭଳି ଦେଖାଦେବ । ବର୍ତ୍ତମାନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସ୍କ୍ୱାୟାର(ବର୍ଗକ୍ଷତ୍ର) ଆକାରରେ ଦେଖାଯାଉଛି । ଏହି ଫିଚର ଆସିବା ପରେ ଏହା ଭର୍ଟିକାଲ ଆକାରରେ ଦେଖିବାକୁ ମିଳିବ । ପ୍ଲାଟଫର୍ମ ତରପରୁ ଭର୍ଟିକାଲ ପ୍ରୋଫାଇଲ ଗ୍ରୀଡକୁ ଆଗାମୀ ଦିନରେ ଲଞ୍ଚ୍ କରାଯାଇପାରେ । ତେବେ ଏ ନେଇ କମ୍ପାନୀ ତରଫରୁ କୌଣସି ସୂଚନା ଦିଆ ଯାଇ ନାହିଁ । ତେବେ କିଛି ବିଟା ୟୁଜରଙ୍କ ପାଇଁ ଏହା ଲଞ୍ଚ୍ ହୋଇସାରିଛି । ତେଣୁ ଏହି ଫିଚର ଖୁବଶୀଘ୍ର ସମସ୍ତ ୟୁଜରଙ୍କୁ ମିଳିବା ନେଇ ସମ୍ଭାବନା ବୃଦ୍ଧି ହୋଇଛି ।

ବର୍ତ୍ତମାନ ଇନଷ୍ଟାଗ୍ରାମ ଭର୍ଟିକାଲ ପ୍ରୋଫାଇଲ ଗ୍ରୀଡ ପରୀକ୍ଷଣ ଜାରି ରଖିଛି । ଏହାର ମୁଖ୍ୟ ଏଡମ୍ ମୋସେରୀ ଏ ସମ୍ପର୍କରେ ଏକ ଷ୍ଟୋରୀ ଅପଲୋଡ କରି ଏହାର ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ ସେ ସୂଚାଇ ଦେଇଛନ୍ତି ଯେ, ଇନଷ୍ଟାଗ୍ରାମ ପ୍ରୋଫାଇଲ ପାଇଁ ଭର୍ଟିକାଲ ଗ୍ରୀଡର ପରୀକ୍ଷଣ ଆରମ୍ଭ କରିସାରିଛି । ତେଣୁ ଆପଣଙ୍କ ପୋଷ୍ଟ ଏଣିକି ସ୍କ୍ୱାୟାର ପରିବର୍ତ୍ତେ ଭର୍ଟିକାଲ ଆକାରରେ ଦେଖାଯିବ ।

Get real time updates directly on you device, subscribe now.