fbpx
BJD SKY
BJD SKY

ଆସନ୍ତାକାଲି ୧୨ ଜିଲ୍ଲାକୁ ଘନକୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ

BJD

ଭୁବନେଶ୍ୱର : ଆସନ୍ତାକାଲି ଘନକୁହୁଡ଼ି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ ।  ଗତ ତିନି ଦିନ ହେଲା ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ଦେଖାଦେଇନାହିଁ । ରାତିରେ ସାମାନ୍ୟ ଥଣ୍ତା ଅନୁଭୂତ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏମିତିକା ତାପମାତ୍ରା ଆସନ୍ତାକାଲି ପର୍ୟ୍ୟନ୍ତ ରହିବ । ସେହିପରି ଆସନ୍ତା କାଲି ଘନକୁହୁଡି ଦେଖିବାକୁ ମିଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନକୁହୁଡ଼ି ନେଇ ରାଜ୍ୟର ୧୨ ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ ଘନକୁହୁଡ଼ି ଦେଖାଯିବ । ଏସବୁ ଜିଲ୍ଲାରେ ଘନକୁହୁଡ଼ିର ଭିଜିବିଲିଟି ୫୦ ରୁ ୨୦୦ ମିଟର ରହିବ ।

ତେବେ ଆଗାମୀ ୨୪ ଘଣ୍ଟାରେ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ବର୍ତ୍ତମାନ ଦିନ ଓ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଖାସ୍‌ କରି ଦେଖିଲେ, ପଶ୍ଚିମ ଓଡ଼ିଶାରେ ଦିନର ତାପମାତ୍ରା ସାମାନ୍ୟ ଅଧିକ ରହିବ । ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାର ତାପମାତ୍ରା ସାମାନ୍ୟ ହ୍ରାସ ହେବାର ସମ୍ଭାବନା ରହୁଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି ।

Get real time updates directly on you device, subscribe now.