fbpx

ମିଳିଲା ଶ୍ରୀମନ୍ଦିର ପ୍ରଶାସନର ଉଭୟ ଫାଇଲ: ହଜି ନଥିଲା ବୋଲି କହିଲେ ସଚିବ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ହଜି ଯାଇଥିବା ଦୁଇଟି ଯାକ ଫାଇଲ ମିଳିଥିବା ନେଇ ସୂଚନା ମିଳିଛି । ଏ ନେଇ ଆଇନ ବିଭାଗର ପୁରୁଣା ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଫାଇଲ ଅନ୍ୟ କେଉଁଠି ହଜି ନଥିଲା, ବରଂ ପୁରୁଣା ଣୁଟିନ୍ ଫାଇଲ ସହିତ ମିଶି ରହି ଯାଇଥିଲା । ଦୁଇଟି ଯାକ ଫାଇଲ ସମ୍ପୁର୍ଣ୍ଣ ସୁରକ୍ଷିତ ଥିବା ସେ ପ୍ରକାଶ କରିଛନ୍ତି । ତେବେ ଏହା ସାଧାରଣ ଫାଇଲ, ନ ମିଳିବା ଉଦ୍ଦେଶ୍ୟ ପ୍ରାଣୋଦିତ ନୁହେଁ ବୋଲି କହିଛନ୍ତି ପ୍ରମୁଖ ସଚିବ ।

ସୂଚନା ଅନୁସାରେ, ଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ୍ ଗତ ୧୮ ତାରିଖରେ ହଜି ଯାଇଥିବା ଖବର ମିଳିଥିଲା । ଫାଇଲ ହଜିଥିବା ଆଇନ୍ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା ଏବଂ ଫାଇଲ୍‌କୁ ଖୋଜିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଚିଠି କରାଯାଇଥିଲା । ଆଗକୁ ଏହି ଫାଇଲ ହାଇକୋର୍ଟରେ ଦାଖଲ ହେବାକୁ ଅଛି । ଏହି ସମୟରେ ଫାଇଲ ହଜିଯିବା ଘଟଣା ଆଇନ୍ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିଲା । ତେଣୁ ହଜିଯାଇଥିବା ଫାଇଲ୍‌କୁ ଖୋଯିବାକୁ ଚିଠି କରିଥିଲେ ଆଇନ୍ ସଚିବ ।

Get real time updates directly on you device, subscribe now.