fbpx

ମାଙ୍କଡ ଦେହରେ ଲାଗିଲା ଭୂତ! ଛୋଟ ଛୁଆକୁ ଉଠାଇ ନେଇ ଖାଇଗଲା ମାଙ୍କଡ

ବାଲେଶ୍ୱର: ବର୍ତ୍ତମାନ ସାରା ଦେଶରେ ବ୍ୟାପିବାରେ ଲାଗିଛି ପଶୁପକ୍ଷୀଙ୍କ ଆତଙ୍କ । କେଉଁଠି ହାତୀ ତ କେଉଁଠି କୁମ୍ଭୀର-ସାପ ଆକ୍ରମଣରେ ଯାଉଛି ସାଧାରଣ ଲୋକଙ୍କ ଜୀବନ । ତେବେ ବାଲେଶ୍ୱର ଏସବୁ ପରେ ଏବେ ମାଙ୍କଡ଼ ମଧ୍ୟ ରକ୍ତମୁଖା ହୋଇଛି । ଗୋଡ଼ାଇ ଗୋଡ଼ାଇ ମଣିଷ ଉପରେ ଆକ୍ରମଣ କରୁଛି ମାଙ୍କଡ଼ । କିଛି ଲୋକ ମାଙ୍କଡ଼କୁ ପୋଷା ବନାଇ ରଖୁଥିବା ବେଳେ କିଛି ସ୍ଥାନରେ ମାଙ୍କଡକୁ ଲୋକେ ଏବେ ଡରିଲେଣି । ମାଙ୍କଡ ଭୟରେ ଏବେ ସ୍ଥାନୀୟ ଲୋକେ ବାହାରକୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । କାରଣ ଯାହାକୁ ଦେଖୁଛି ଆକ୍ରମଣ କରୁଛି ଏହି ମାଙ୍କଡ଼ ।

ବାଲେଶ୍ୱର ଜିଲ୍ଲା ବଳାରାମ ପୁର ଗାଁର ଅଦାରୁ ଅଧିକ ଲୋକ ଏବେ ମାଙ୍କଡ଼ ଭୟରେ ଦିନ କାଟୁଛନ୍ତି । ଏହି ପାଗଳ ମାଙ୍କଡ଼ କାମୁଡ଼ାରେ ୬ ଜଣ ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଆହତଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଥିବାରୁ ତାଙ୍କୁ ସୋର ମେଡିକାଲରୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ମାଙ୍କଡ଼ ଆଜି ସକାଳୁ ଜଣକ ପରେ ଜଣକୁ କାମୁଡ଼ିବାରେ ଲାଗିଛି ମାଙ୍କଡ଼ । ତେବେ ଏହାକୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସାରା ସହରରେ ଏବେ ମାଙ୍କଡ଼କୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କିଛି ଲୋକ ଏହାକୁ ଅନ୍ୟ ଅର୍ଥରେ ମଧ୍ୟ ନେଇଛନ୍ତି । ହଠାତ୍ ମାଙ୍କଡ଼ର ଏଭଳି ରୂପ ଦେଖି ଲୋକେ କହିଛନ୍ତି, ମାଙ୍କଡ଼ ଦେହରେ ବୋଧହୁଏ ଭୂତ ଲାଗିଛି । ଯେଉଁଥିପାଇଁ ଅଚାନକ୍ ସେ ରକ୍ତମୁଖା ହୋଇ ଉଠିଛି ।

Get real time updates directly on you device, subscribe now.