fbpx

ଭୀଷଣ ଗରମରେ ୨ବର୍ଷର ଶିଶୁକୁ କାରରେ ଛାଡି ଚାଲିଗଲା ମାଆ, ୧୫ ଘଣ୍ଟାପରେ ମନେପଡିଲା ପରେ…

ନୂଆଦିଲ୍ଲୀ: ଦୁଇ ବର୍ଷର ଶିଶୁକୁ ଭୀଷଣ ଗରମ କାରରେ ଛାଡି ଚାଲିଗଲା ମାଆ । ୧୫ଘଣ୍ଟା ପରେ ଶିଶୁର କଥା ମନେ ପଡିବା ପରେ କାରକୁ ଯାଇ ଦେଖିବା ପରେ ଶିଶୁଟିର ମୃତ୍ୟୁ ଘଟିଛି । ଏହି ମାମଲାରେ ପୋଲିସ ଶିଶୁର ପିତା କ୍ରିଷ୍ଟୋଫର ମକଲିନ ଏବଂ ମାଆ କୈଥରୀନ ଏଡମ୍ସଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଆମେରିକାର ଫ୍ଲୋରିଡାରେ ଏହି ମାମଲାର ଜାଂଚ କରିବା ପରେ ଜଣାପଡିଥିଲା ଯେ, ମୃତ ଶିଶୁର ମାଆ ତାକୁ କାରରେ ବନ୍ଦ କରିଦେଇ ଭୁଲିଯାଇଥିଲେ । ଯେତେବେଳେ ତାଙ୍କର ଶିଶୁ କଥା ମନେ ପଡିଲା ସେ କାର ଖୋଲି ଦେଖିବା ପରେ ଶିଶୂଟି ବେହୋସ ହୋଇପଡିଛି । ତେବେ ସେ ଏମରଜେନ୍ସି ନମ୍ବରକୁ ଫୋନ କରିଥିଲେ । ହସ୍ପିଟାଲରେ ପହଁଚିବା ପରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି ।

ପୋଲିସ ଏହି ମାମଲାର ତଦନ୍ତ କରିବା ପାଇଁ ସେହି ଦମ୍ପତ୍ତିଙ୍କ ଘରକୁ ଯାଇଥିଲେ । ସେଠାରେ ଘର ଜାଂଚ କରିବା ପରେ ପୋଲିସକୁ କିଛି ନିଶାଯୁକ୍ତ ଦ୍ରବ୍ୟ ମିଳିଥିଲା । ଅଧିକାରୀ ଶିଶୁର ମୃତ୍ୟୁର କାରଣ ଡ୍ରଗ୍ସ ବୋଲି କହିଛନ୍ତି । ସେହି ମହିଳା ଜଣକ ଡ୍ରଗ୍ସ ନେଇଥିବାରୁ ଜାଣିପାରିନଥିଲେ ଯେ, ସେ ଶିଶୁକୁ କାରରେ ଛାଡିଛନ୍ତି କି ନାହିଁ । ବର୍ତ୍ତମାନ ମୃତ୍ୟୁର କାରଣ ପାଇଁ ଉଭୟ ପିତା ମାତାଙ୍କୁ ପୋଲିସ ଗିରଫ କରିଛି ।

Get real time updates directly on you device, subscribe now.