fbpx

ଦେଶ ଆଜି ଅଷ୍ଟମ ବନ୍ଦେ ଭାରତ ଟ୍ରେନର ଉପହାର ପାଇବ, ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ

ହାଇଦରାବାଦ : ବର୍ତ୍ତମାନଠାରୁ କିଛି ସମୟ ପରେ ଦେଶ ଅଷ୍ଟମ ବନ୍ଦେ ଭାରତ ଟ୍ରେନର ଉପହାର ପାଇବ। ଆଜି ସକାଳ ୧୦.୩୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର ସିକନ୍ଦରାବାଦ ଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ପର୍ଯ୍ୟନ୍ତ ଚାଲୁଥିବା ବନ୍ଦେ ଭାରତ ଟ୍ରେନର ପତକା ଉତ୍ତୋଳନ କରିବେ। ନୂତନ ରେଳର ଉଦଘାଟନୀ ସମାରୋହରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡୀ ଏବଂ ତେଲେଙ୍ଗାନା ରାଜ୍ୟପାଳ ତାମିଲାଇସାଇ ସୌନ୍ଦର୍ଯ୍ୟରାଜନ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ।

ରେଳ ସୂତ୍ରରୁ ପ୍ରକାଶ ପାଇଛି, ଏହି ବନ୍ଦେ ଭାରତ ଟ୍ରେନର ନିୟମିତ ସେବା ଜାନୁଆରୀ ୧୬ରୁ ଆରମ୍ଭ ହେବ ଏବଂ ଏଥିପାଇଁ ଶନିବାର ଠାରୁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (ଏସଆରସି) ଏକ ପ୍ରକାଶନରେ କହିଛି ଯେ, ବିଶାଖାପାଟନମ୍-ସିକନ୍ଦରାବାଦ ଏକ୍ସପ୍ରେସ (୨୦୮୩୩) ସକାଳ ୫.୪୫ ରେ ବିଶାଖାପାଟନମ୍ ଛାଡି ଅପରାହ୍ନ ୨.୧୫ ରେ ସିକନ୍ଦରାବାଦରେ ପହଞ୍ଚିବ।

ଏନସିଆର ମୁତାବକ ସିକନ୍ଦରାବାଦ-ବିଶାଖପାଟନମ ଟ୍ରେନ୍ ଦ୍ୱିପ୍ରହର ୩ଟାରେ ସିକନ୍ଦରାବାଦ ଠାରୁ ବାହରିବ ଏବଂ ରାତି ୧୧ଟା ୩୦ ମିନିଟରେ ବିଶାଖାପାଟଣାରେ ପହଁଚିବ । ବିଜ୍ଞପ୍ତି ଅନୁସାରେ ଏହି ଟ୍ରେନ ୨ପକ୍ଷ ଦିଗରୁ ରାଜମୁନ୍ଦ୍ରା, ବିଜୟୱାଡ଼ା, ଖମ୍ମମ ଏବଂ ଗାରଙ୍ଗଲରେ ରହିବ । ତେବେ ଏହି ଟ୍ରେନରେ ୧,୧୨୮ ଯାତ୍ରୀର କ୍ଷମତା ରଖିଛି ।

Get real time updates directly on you device, subscribe now.