fbpx

ଲାଗୁ ହେଲା ଟୋଲ ଟାକ୍ସର ନୂଆ ମୂଲ୍ୟ: ଜାଣନ୍ତୁ କେଉଁ ଗାଡି ପାଇଁ କେତେ ଟଙ୍କା ଦିଆଯିବ କର

Advertisement

ନୂଆଦିଲ୍ଲୀ: ସାରା ବିଶ୍ୱରେ ହୁ ହୁ ହୋଇ ବଢିବାରେ ଲାଗିଛି । ଏଥି ମଧ୍ୟରେ ଟୋଲରେ ମଧ୍ୟ ଟାକ୍ସ ବୃଦ୍ଧି ପାଇଛି । ଏହି ମହଙ୍ଗା ମାଡ ଏବେ ଦୈନିକ ଖର୍ଚ୍ଚ ସହିତ ଯାନବାହନ ଉପରେ ମଧ୍ୟ ଦେଖାଯାଇଛଇ । ଗୋଟିଏ ପଟେ ପେଟ୍ରୋଲ ଏବଂ ଡିଜେଲ ଦର ଚାଳକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ବର୍ଦ୍ଧିତ ଟୋଲ ଟାକ୍ସ ବେଡି ଉପରେ କୋରଡା ମାଡ ଭଳି ହୋଇଛି ।

ଜି ଅର୍ଥାତ ଏପ୍ରିଲ ୧ ତାରିଖରୁ ଟୋଲ ଟାକ୍ସରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି । ଏ ନେଇ ନେସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ(NHAI) ତରଫରୁ ସୂଚନା ମିଳିଛି । ଏହା ସହିତ ଦେଶର ସମସ୍ତ ରୁଟରେ ଯାନବାହନ ପାଇଁ ଟୋଲ ଟାକ୍ସ ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଛୋଟ ଗାଡି ପ୍ରତି ୧୦ ଟଙ୍କା ଲେଖାଏଁ ବୃଦ୍ଧି କରିଥିବା ବେଳେ ବଡ ତଥା ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ଗାଡି ପାଇଁ ୬୫ ଟଙ୍କା ବୃଦ୍ଧି କରିଛନ୍ତି NHAI । ନୂତନ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଟୋଲ ଟାକ୍ସରେ ବୃଦ୍ଧି ନେଇ ବିଜ୍ଞପ୍ତି ଜାରି ହୋଇଥିବା ପ୍ରକାଶ କରିଛନ୍ତି NHAIର ପରିଯୋଜନା ନିର୍ଦ୍ଦେଶକ ଏନ. ଏନ ଗିରି । ବିଭିନ୍ନ ରାଜପଥ ସହିତ ଦିଲ୍ଲୀକୁ ସଂଯୋଗ କରୁଥିବା ଟୋଲ ଗୁଡିକରେ ଏହି ନିୟମ ଲାଗୁ କରାଯିବ ।

Get real time updates directly on you device, subscribe now.