fbpx
BJD SKY
BJD SKY

ବଢିଛି ବାଘ ସଂଖ୍ୟା ; ୧୯୭୩ ରେ ଥିଲେ ୨୬୮ ରୁ କମ୍ , ୫୦ ବର୍ଷ ପରେ ୩୦୦୦ରୁ ଅଧିକ

BJD

ନୂଆଦିଲ୍ଲୀ: ୧୯୭୩ ମସିହା ଏପ୍ରିଲ ୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜିମ କର୍ବେଟ ଟାଇଗର ରିଜର୍ଭରୁ ‘ପ୍ରୋଜେକ୍ଟ ଟାଇଗର’ ଆରମ୍ଭ କରିଥିଲେ। ସେତେବେଳେ ଦେଶରେ ବାଘ ସଂଖ୍ୟା ୨୬୮ ରୁ କମ୍ ଥିଲା। କିନ୍ତୁ ଆଜି ଏହି ପ୍ରକଳ୍ପକୁ ୫୦ ବର୍ଷ ପୂରଣ ହୋଇଛି । ବର୍ତ୍ତମାନ ଦେଶରେ ୫୩ ଟି ଟାଇଗର ସଂରକ୍ଷଣ ଅଛି ଏବଂ ବାଘ ସଂଖ୍ୟା ୩୦୦୦ ରୁ ଅଧିକକୁ ବୃଦ୍ଧି ପାଇଛି। ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜଙ୍ଗଲ ସଫାରିରେ ଯାଇ ବାଘ ଗଣନା କରିଛନ୍ତି ।

ଦେଶରେ ବର୍ତ୍ତମାନର ବାଘର ଜନସଂଖ୍ୟା ବିଶ୍ୱର ବନ୍ୟ ବାଘ ଜନସଂଖ୍ୟାର ୭୦ ପ୍ରତିଶତରୁ ଅଧିକ ରହିଛି । ତଥାପି ଆଜି ବି ବାଘ ମାନଙ୍କ ଜୀବନ ବିପଦରେ ରହିଛି । ବାଘମାନଙ୍କର ଉନ୍ନତି ପାଇଁ ଅଧିକ ଏବଂ ନିରନ୍ତର ପ୍ରୟାସ ଆବଶ୍ୟକ । ଯଦି ବାଘମାନଙ୍କୁ ବଞ୍ଚାଇବାକୁ ପଡିବ, ତେବେ ଜଙ୍ଗଲ ବଞ୍ଚାଇବାକୁ ପଡିବ ।

ଯଦି ଆମେ ଏହି ଆକଳନକୁ ଦେଖିବା, ୧୯୦୦ ମସିହାରେ ଦେଶରେ ୪୦,୦୦୦ ହଜାର ବାଘ ଥିଲେ। ଯେତେବେଳେ କି ୧୯୭୩ ରେ ସେମାନଙ୍କ ମଧ୍ୟରୁ କେବଳ ୨୬୮ ରହିଥିଲେ । ତା’ପରେ ପ୍ରକଳ୍ପ ଆରମ୍ଭ ହେଲା, ଯାହା ପରେ ସେମାନଙ୍କ ସଂଖ୍ୟା ୨୦୦୬ ମସିହାରେ ୧,୪୧୧, ୨୦୧୦ ରେ ୧୭୦୬, ୨୦୧୪ ରେ ୨,୨୨୬ ଏବଂ ୨୦୧୮ ରେ ୨,୯୬୭ କୁ ବୃଦ୍ଧି ପାଇଲା।

Get real time updates directly on you device, subscribe now.