fbpx

(Video) ବନ୍ଦ ହେବ ପୁରୁଣା ଆଧାର କାର୍ଡ ! ଆସୁଛି Blue Aadhaar Card…କ’ଣ ଏହି ବ୍ଲୁ କାର୍ଡ ଜାଣନ୍ତୁ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପରିଚୟ ପତ୍ର ହେଉଛି ଆଧାର କାର୍ଡ । ପ୍ରତ୍ୟେକ କାର୍ଯ୍ୟରେ ଆଧାର କାର୍ଡ ଆମ ପାଇଁ ପ୍ରଥମ ପରିଚୟ ପାଲଟିଛି । କିନ୍ତୁ ଏବେ ଏହି ଆଧାର କାର୍ଡକୁ ନେଇ ଏକ ବଡ଼ ଅପଡେଟ ସାମନାକୁ ଆସୁଛି । କେବେ ବ୍ଲୁ ଆଧାର କାର୍ଡ ବିଷୟରେ ଶୁଣିଛନ୍ତି କି? ଯଦି ଶୁଣିନାହାନ୍ତି, ତେବେ ନିହାତି ଭାବେ ଆପଣଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଏବେ ଆସୁଥିବ କି ସାଧାରଣ ଆଧାର କାର୍ଡ ଠାରୁ ବ୍ଲୁ ଆଧାର କାର୍ଡ କେତେ ଅଲଗା । ଏହାବ୍ୟତୀତ କଣ ଏହି ବ୍ଲୁ ଆଧାର କାର୍ଡ? ଆଉ ସମସ୍ତେ ବ୍ଲୁ ଆଧାର କାର୍ଡ କରିବେ କି । ଏମିତି ପ୍ରଶ୍ନ ମନରେ ଆସିବା ସ୍ୱାଭାବିକ କଥା ।

ସାଧାରଣ ଆଧାର କାର୍ଡରେ ବାୟୋମେଟ୍ରିକ ଡାଟା ପାଇଁ ଫିଙ୍ଗର ପ୍ରିଣ୍ଟ ଓ ଆଖିର ସ୍କାନ କରାଯାଏ । କିନ୍ତୁ ବ୍ଲୁ ଆଧାର କାର୍ଡ ପାଇଁ ବାୟୋମେଟ୍ରିକର ଆବଶ୍ୟକତା ନଥାଏ । କାରଣ ବ୍ଲୁ ଆଧାର କାର୍ଡ ୫ ବର୍ଷରୁ କମ ବୟସର ପିଲାଙ୍କ ପାଇଁ କରାଯାଏ । ଏହାର ଅର୍ଥ, ବ୍ଲୁ ଆଧାର କାର୍ଡ କାହାକୁ ବି ମିଳିପାରେ । ଛୋଟ ପିଲାଙ୍କ ଫିଙ୍ଗରପ୍ରିଣ୍ଟ ନେବା କିମ୍ବା ଆଖିର ସ୍କାନ ନେବା ସହଜ ନୁହେଁ । ତେଣୁ ବ୍ଲୁ ଆଧାର କାର୍ଡରେ ବାୟୋମେଟ୍ରିକ ଡାଟା ନିଆଯାଏ ନାହିଁ । ତେବେ ପିଲାଙ୍କ ବାପାମା ଜନ୍ମ ପ୍ରମାଣପତ୍ର କିମ୍ବା ହସ୍ପିଟାଲର ଡିସଚାର୍ଜ ବିଲ୍ ମାଧ୍ୟମରେ ନବଜାତ ଶିଶୁ ପାଇଁ ଏହାକୁ ଆବେଦନ କରିପାରିବେ । ଖାଲି ଏତିକି ନୁହେଁ, ଏହି ଆଧାର କାର୍ଡ ପାଇଁ ପିଲାଙ୍କ ସ୍କୁଲ ଆଇଡିର ବି ବ୍ୟବହାର କରାଯାଇପାରେ ।

ତେବେ ଏହାକୁ ଆବେଦନ କିପରି କରିବେ ?

ସର୍ବପ୍ରଥମେ ଆପଣ ୟୁଆଇଡିଏଆଇର ଅଫିସିଆଲ େଓବସାଇଟକୁ ଯାଆନ୍ତୁ । ଏହାପରେ ଆପଣଙ୍କୁ ଆଧାର କାର୍ଡ ପଂଜୀକରଣ ପାଇଁ ନିଜ ଘର ପାଖରେ ଥିବା ଆଧାର କେନ୍ଦ୍ରକୁ ଯାଇପାରିବେ । ତେବେ ଆଧାର ସେଣ୍ଟର ଯିବା ଆଗରୁ ନିଜ ସହ ଜରୁରୀ କାଗଜପତ୍ର ନେଇଯାଆନ୍ତୁ । ଯେଯମିତିକି ଆଧାର କାର୍ଡ, ଆଡ୍ରେସ ପ୍ରୁଫ ଓ ପିଲାର ବାର୍ଥ ସାର୍ଟିଫିକେଟ ନିହାତି ରଖନ୍ତୁ । ଭେରିଫିକେସନର ୬୦ ଦିନ ଭିତରେ ପିଲାର ନାଁ ରେ ବ୍ଲୁ ଆଧାର କାର୍ଡ ଇସ୍ୟୁ ହୋଇଯିବ । ବ୍ଲୁ ଆଧାର କାର୍ଡ ଆବେଦନ କରିବା ପରେ ଆପଣଙ୍କୁ ଏକ ସ୍ଲିପ ଦିଆଯିବ, ଯେଉଁଠି ପିଲାର ଏନରୋଲମେଣ୍ଟ ଆଇଡି ଲେଖାଥିବ । ଏହି ଆଇଡି ସାହାଯ୍ୟରେ ଆପଣ ୟୁଆଇଡିଏଆଇର ଅଫିସିଆଲ େଓବସାଇଟକୁ ଯାଇ ଆଧାର କାର୍ଡ ଆପ୍ଲିକେସନ ଷ୍ଟାଟସ ଟ୍ରାକ କରିପାରିବେ । ଏଥିପାଇଁ ଆପଣଙ୍କୁ କିଛି ଫିସ୍ ଦେବାକୁ ପଡିବନି । ମାଗଣାରେ ଆପଣଙ୍କର ଏହି କାମ ହୋଇଯିବ ।

Get real time updates directly on you device, subscribe now.