fbpx

(Video) ବର୍ଷକର ଛୁଆ, ସାପକୁ କାମୁଡ଼ି ଦି’ ଗଡ଼ କରିଦେଲା… ଆଉ ତା’ ପରେ ହେଲା ଏମିତି

ଓଡ଼ିଶା ଭାସ୍କର: ସାପ ନାଁ ଶୁଣିଲେ ମନରେ ଖୁବ ଭୟ ଦେଖାଯାଏ । ଅନେକ ସମୟରେ ସାପ କାମୁଡ଼ାରେ ମୃତ୍ୟୁ ହେଉଥିବା ମାମଲା ସାମନାକୁ ଆସିଥାଏ । କିନ୍ତୁ ବର୍ତ୍ତମାନ ଦେଖିବାକୁ ମିଳିଛି ଏହାର ବିପରୀତ ଘଟଣା । ବର୍ଷକର ଛୁଆଟିଏ ସାପକୁ କାମୁଡ଼ି ଦେଇଥିବା ଜାଣିବାକୁ ମିଳିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି ପିଲାଟି କାମୁଡ଼ିବା ପରେ ସାପଟିର ମୃତ୍ୟୁ ଘଟିଛି । ଏହି ମାମଲା ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ବିହାରର ଗୟା ଜିଲ୍ଲାର ଜାମହୁର ଗ୍ରାମରେ ଘଟିଯାଇଛି ଏଭଳି ଏକ ଘଟଣା ।

ସୂଚନା ଅନୁସାରେ, ଗତ ଶନିବାର ରାକେଶ କୁମାରଙ୍କର ବର୍ଷକର ପୁଅ ରିୟାନ୍ ଟେରାସରେ ଖେଳୁଥିଲା । ଏହି ସମୟରେ ସାପଟିଏ ସେହି ବାଟ ଦେଇ ଯାଉଥିବା ଦେଖିଥିଲା ରିୟାନ୍ । କିନ୍ତୁ ସାପଟିକୁ ଏକ ଖେଳଣା ଭାବି ରିୟାନ୍ ଏହାସହ ଖେଳିବା ସହିତ ସାପଟିକୁ କାମୁଡ଼ି ଦେଇଛି । ଏହାପରେ ୩ ଫୁଟ ଲମ୍ବର ସାପଟିକୁ ଧରି ପାଟିରେ ପୁରାଇ ଚୋବାଇ ଦେଇଥିଲା ରିୟାନ୍ । ଫଳରେ ଘଟଣାସ୍ଥଳରେ ସାପଟିର ମୃତ୍ୟୁ ହୋଇଛି । ତେବେ ରିୟାନ୍ ସାପକୁ ପାଟିରେ ପୂରାଇଥିବା ଦେଖି ମା’ ରିୟାନ୍ ପାଖକୁ ଦୌଡ଼ି ଆସି ସାପକୁ ବାହାର କରିଥିଲେ । କିନ୍ତୁ ସେତେବେଳକୁ ସାପଟିର ମୃତ୍ୟୁ ହୋଇ ସାରିଥିଲା ।

ରିୟାନ୍ ପାଟିରୁ ସାପକୁ ବାହାର କରି ମା’ ତାକୁ ସଙ୍ଗେ ସଙ୍ଗେ ମେଡିକାଲ ନେଇ ଯାଇଛନ୍ତି । ଡାକ୍ତର ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ଘଟଣା ସମ୍ପର୍କରେ ଶୁଣି ସ୍ତବ୍ଧ ହୋଇଯାଇଛନ୍ତି । ତେବେ ରିୟାନକୁ ପରୀକ୍ଷା କରିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ଡାକ୍ତର । ଡାକ୍ତରଙ୍କ କହିବା ଅନୁସାରେ, ରିୟାନ୍ କାମୁଡ଼ିଥିବା ସାପଟି ବିଷାକ୍ତ ନୁହେଁ, ତେଣୁ ପିଲାଟିର କୌଣସି କ୍ଷତି ହୋଇନାହିଁ । ଏହି ଘଟରା ବର୍ତ୍ତମାନ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରୁଛି । ସାପଟି ଖୁବ ତେଲିଆ ଏବଂ ଏହା କୋଚିଆ ପରି ଦେଖାଯାଉଥିବା ବେଳେ ଏହାର ବିଷ ନଥିବା କହିଛନ୍ତି ଗ୍ରାମବାସୀ । ପ୍ରାତଃ ବର୍ଷା ଦିନରେ ଏଭଳି ସାପ ଦେଖାଯାଆନ୍ତି ।

Get real time updates directly on you device, subscribe now.