fbpx
BSKY
BJD MC SKY
BJD MS SKY

ଆସନ୍ତାବର୍ଷଠୁ ବଦଳିବ +୨ ପରୀକ୍ଷାର ଢାଞ୍ଚା: CHSE ପରୀକ୍ଷା ନିୟନ୍ତ୍ରକ

ଭୁବନେଶ୍ୱର: ମାଟ୍ରିକ ପରେ +୨ ପରୀକ୍ଷା ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯିବ । ଆସନ୍ତାବର୍ଷଠାରୁ +୨ ପରୀକ୍ଷାରେ ଏକ ବ୍ୟାପକ ସଂସ୍କାର ଆସିବାକୁ ଯାଉଛି । ଏ ନେଇ ଖୁବଶୀଘ୍ର ଏବ ବିଧିବଦ୍ଧ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି । ଆଜି +୨ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏହି ଘୋଷଣା କରାଯାଇଛି । ଏ ନେଇ +୨ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପୂର୍ବରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ମଧ୍ୟ ଢାଞ୍ଚା ପରିବର୍ତ୍ତନ କରାଯାଇଛି । କରୋନା ପାଇଁ ପରୀକ୍ଷା ଢାଞ୍ଚାରେ ହୋଇଥିବା ପରିବର୍ତ୍ତନକୁ ପୁଣିଥରେ ବଦଳାଇ ଦିଆଯାଇଛି । ଏଣିକି ପୂର୍ବ(ପୁରୁଣା) ଢାଞ୍ଚାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ।

Get real time updates directly on you device, subscribe now.