fbpx
BJD SKY
BJD SKY

ବାମରା ବାସୀ କଲେ ରେଳ ରୋକ, ଆନ୍ଦୋଳନରେ ବସିଲେ ଶତାଧିକ ଲୋକେ

BJD

ସମ୍ବଲପୁର: ବାମରା ରେଳ ଷ୍ଟେସନରେ ଆଜି ରେଳ ରୋକ କରାଯାଇଛି । ଏକ୍ସପ୍ରେସ ରହଣି ଦାବିରେ ରେଳ ରୋକ କରାଯାଇଥିବା କଥା ସାମ୍ନାକୁ ଆସିଛି । ପୂର୍ବରୁ ରହୁଥିବା ଏକ୍ସପ୍ରେସ ପୁନର୍ବାର ରହଣି ଦାବିରେ ଆନ୍ଦୋଳନ କରାଯାଇଛି ।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ଆନ୍ଦୋଳନ ଅବ୍ୟହତ ରହିଛି । ଆନ୍ଦୋଳନର କାରଣ ହେଉଛି ସେହି ଷ୍ଟେସନରେ ପୂର୍ବରୁ ଏକ୍ସପ୍ରେସ ରହୁଥିଲା ହେଲେ ବର୍ତ୍ତମାନ ସେଠାରେ କୌଣସି ଏକ୍ସପ୍ରେସ ରହୁ ନଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଇଛି ।

ଘଟଣାସ୍ଥଳରେ, ଶତାଧିକ ପୁରୁଷ ଏବଂ ମହିଳା ରେଳଧାରଣା ଉପରେ ବସି ଆନ୍ଦୋଳନ ଚଳାଇଛନ୍ତି । ରେଳ ରୋକ ହେତୁ ଅନ୍ୟାନ୍ୟ ରେଳଙ୍କୁ ମଧ୍ୟ ଯାତାୟତରେ ବିଳମ୍ବ ହେଉଛି ।

Get real time updates directly on you device, subscribe now.