fbpx

ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ବିମାନ ଭାରତର ନୁହେଁ; ବେସାମରିକ ବିମାନ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଶନିବାର ରାତିରେ ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ଭାରତର ନୁହେଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ବାସ୍ତବରେ ଆଫଗାନିସ୍ତାନର ସ୍ଥାନୀୟ ଗଣମାଧ୍ୟମରୁ ଏଭଳି ଖବର ସାମ୍ନାକୁ ଆସୁଥିଲା ଯେ ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବିମାନଟି ଦିଲ୍ଲୀରୁ ମସ୍କୋ ଅଭିମୁଖେ ଉଡ଼ାଣ ଭରିଥିଲା । ଆଫଗାନିସ୍ତାନରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣା ଭାରତର କୌଣସି ନିର୍ଦ୍ଧାରିତ କିମ୍ବା ଚାର୍ଟର ବିମାନ ସହ ସମ୍ପୃକ୍ତ ନୁହେଁ । ଏହା ମୋରୋକ୍କୋର ଏକ ଛୋଟ ପଞ୍ଜୀକୃତ ବିମାନ ଥିଲା । ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି ବୋଲି ସେ କହିଛନ୍ତି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଫଗାନିସ୍ତାନରେ ଏହି ଦୁର୍ଘଟଣାରେ ମୋରୋକ୍କୋ ପଞ୍ଜୀକୃତ ଡିଏଫ୧୦ ବିମାନ ସମ୍ପୃକ୍ତ ଥିଲା । ଆଫଗାନିସ୍ତାନର ଟେଲିଭିଜନ ନେଟୱର୍କ ଟୋଲୋ ନ୍ୟୁଜ୍ ଏକ୍ସରେ ଦାବି କରିଛି ଯେ ବଦାଖଶାନ ପ୍ରଦେଶର ଜିବାକ୍ ଏବଂ ଖୁରାନ-ମୁଞ୍ଜାନ ଜିଲ୍ଲାର ଆର୍ଟିଲାରୀ ପର୍ବତ ଅଞ୍ଚଳରେ ଏକ ଭାରତୀୟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଫଗାନିସ୍ତାନର ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ ଜବିଉଲ୍ଲା ଅମିରିଙ୍କ କହିବା ନୁଯାୟୀ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଉକ୍ତ ଅଞ୍ଚଳକୁ ପଠାଯାଇଛି ।

Get real time updates directly on you device, subscribe now.