fbpx

ନାବାଳିକା ଭଉଣୀକୁ ବିକିବାକୁ ଯୋଜନା କରିଥିଲା ଭାଇ, ଭାଇ ସମେତ ୨ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ରାଉଲକେଲା : ସାଙ୍ଗ ସହ ମିଶି ଭଉଣୀକୁ ବିକିବା ଯୋଜନା କରିଥିଲା ଭାଇ । ସେମାନଙ୍କୁ ବ୍ରହ୍ମଣୀ ତରଙ୍ଗ ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୁନ୍ଦନ କଛୁଆ, ରାଜେଶ କେରକେଟା । ଦୁଇଜଣଙ୍କ ବୟସ ପାଖାପାଖି ୨୫ ବର୍ଷ । ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସର ସୂଚନା ଅନୁସାରେ ୧୩ ବର୍ଷର ନାବାଳିକା ଭଉଣୀକୁ ବିକିବାକୁ ଯୋଜନା କରିଥିଲେ ଅଭିଯୁକ୍ତର ୨ ସାଙ୍ଗ । କୁନ୍ଦନ ଓ ରାଜେଶ ସିମାଡେଗା ଜିଲ୍ଲାର ମୂଳ ବାସିନ୍ଦା । ସେମାନେ ସେଠାରେ କାମ କରୁଥିଲେ ।

କିଛି ଦିନ ପୂର୍ବରୁ ଦୁଇଜଣ ଘରକୁ ଯାଇଥିଲେ । ସେଠାରେ କୁନ୍ଦନର ଭଉଣୀକୁ ଅନେକ କଥା କହିଥିଲେ ଏବଂ ତାକୁ ସାଙ୍ଗରେ ବୁଲିବାକୁ ଡାକିଥିଲେ । ଏହା ପରେ ତାଙ୍କୁ ରାଉଲକେଲା ଆଣିଥିଲେ । କୁନ୍ଦନ ଅଧିକାଂଶ ସମୟରେ ମଦ ନିଶାରେ ରହିଥାଏ । ଏହାର ଫାଇଦା ଉଠାଇ ଦୁଇ ସାଙ୍ଗ ଦିଲ୍ଲୀରେ ନାବାଳିକା ଭଉଣୀକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରିଥିଲେ । କିନ୍ତୁ ଏହାର ସୂଚନା ଜଣେ ଗ୍ରାମବାସୀ ପାଇଥିଲେ । ସେ କୁନ୍ଦନର ଭଉଣୀକୁ ସବୁ କଥା କହିବା ପରେ ସେଠାରୁ ପଳାଇବାକୁ ପରାମର୍ଶ ଦେଇଥିଲେ । ନାବାଳିକା ଜଣଙ୍କ ବିଲରେ ଦୈଡି ଯାଉଥିବା ବେଳେ ସ୍ଥାନୀୟ ଲୋକ ଅଟକାଇ ପଚରାଉଚରା କରିଥିଲେ । ଫଳରେ ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ନାବାଳିକା ବୟାନ ରେକର୍ଡ କରିବା ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.