fbpx

ଭଡା ଘରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

ଓଡିଶା ଭାସ୍କର: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧୀନ ପ୍ରାଚୀବିହାର ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଯୁବକ ଜଣକ ବେକରେ ଗାମୁଛା ଦେଇ ଫ୍ୟାନ୍‌ରେ ଝୁଲି ପଡିଥିବା ଜଣାପଡ଼ିଛି । ଭିତର ପଟୁ କବାଟ ବନ୍ଦ ରହିଥିବାରୁ ପୁଲିସ କବାଟ ଭାଙ୍ଗି ଭିତରକୁ ପଶି ମୃତଦେହ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ମୃତ ଯୁବକଙ୍କ ନାମ ଦୀପକ ଦାସ ବୋଲି ଜଣାପଡିଛି । ମୃତ ଦୀପକଙ୍କ ବୟସ ୨୫-୨୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳରେ ଦୀପକଙ୍କ ଘର ବୋଲି ସୂଚନା ମିଳିଛି । ଏସ୍‌ବିଆଇ ଫାଇନାନ୍ସରେ ଦୀପକ ଦାସ କାମ କରୁଥିଲେ। ଭୁବନେଶ୍ୱର ଆସି ସେ ପ୍ରାଚୀବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ଦୀର୍ଘ ସମୟ ଧରି ରୁମ୍ କବାଟ ନଖୋଲିବାରୁ ତାଙ୍କର ରୁମ୍‌ ମେଟ୍‌ ପୋଲିସକୁ ଜଣାଇଥିଲେ । ପୁଲିସ ପହଞ୍ଚି କବାଟ ଭାଙ୍ଗି ଦୀପକଙ୍କ ମୃତଦେହ ଉଦ୍ଧାର କରିଛି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Get real time updates directly on you device, subscribe now.