fbpx

ପୁଣି କମିଲା ସୁନା ଦର, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଆପଣ ସୁନା କିଣିବାକୁ ଆଗ୍ରହୀ ଥିଲେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ସୁନା, ରୂପା ଦରରେ ଆଜି ହ୍ରାସ ଦେଖିବାକୁ ମିଳିଛି। ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୧୦୦ରୁ ଅଧିକ ଟଙ୍କା ହ୍ରାସ ପାଇଥିବା ବେଳେ ରୂପା ଦରରେ ମଧ୍ୟ ହ୍ରାସ ଘଟିଛି। ୧୦ ଗ୍ରାମ ସୁନା ପିଛା ୧୫୯ ଟଙ୍କା ହ୍ରାସ ସହ ୪୪,୭୦୧ ଟଙ୍କା ହୋଇଛି । ଏହା ସହ ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ପ୍ରତି କିଲୋକୁ ରୂପା ୬୪,୮୨୮ ଟଙ୍କାରେ କାରବାର ହେଉଛି ।

 

୨୦୨୧ ଆରମ୍ଭରୁ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୦ ହଜାର ଟଙ୍କାରୁ ଅଧିକ ଥିଲା। ପାଖାପାଖି ୩ ମାସ ମଧ୍ୟରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫ ହଜାର ଟଙ୍କା ଶସ୍ତା ହୋଇସାରିଲାଣି। ଦୁଇ ସପ୍ତାହ ପୂର୍ବେ ସୁନା ୪୪,୭୫୦ ହଜାରରୁ ଅଧିକ ଟଙ୍କାରେ କାରବାର ହୋଇଥିଲା ।

Get real time updates directly on you device, subscribe now.