fbpx

ପେଟ୍ରୋଲ-ଡ଼ିଜେଲ ମୂଲ୍ୟରେ ଆସିଲା ପରିବର୍ତ୍ତନ, ତୈଳ ଦରରେ ୧୪ଟଙ୍କା ଶସ୍ତା କରିବେ ସରକାର !

ନୂଆଦିଲ୍ଲୀ: ଦେଶରେ କିଛିଦିନ ହେବ ପେଟ୍ରୋଲ-ଡ଼ିଜେଲ ଦରରେ ପରିବର୍ତ୍ତନ ଦେଖାଦେଇନି । ହେଲେ ସରକାର ଖୁବ ଶିଘ୍ର ଜନସାଧାରଣଙ୍କ ପାଇଁ ଆଶ୍ୱସ୍ଥି ଆଣୁଛନ୍ତି । ଗତ ଅପ୍ରେଲ ମାସ ୬ତାରିଖରୁ ତୈଳ ଦର ବଢିବାରେ ଲାଗିଛି ତ କେତେବେଳେ ଉଚ୍ଚ ଦରରେ ସ୍ଥଗିତ ରହିଛି । କହିବାକୁ ଗଲେ ୧୦୦ ଟଙ୍କା ଉପରେ ଉଭୟ ମୂଲ୍ୟ ସ୍ଥଗିତ ରହିଛି । କିନ୍ତୁ ସରକାର ଆଗକୁ ଏହି ଦର କମାଇବାକୁ ଯାଉଛନ୍ତି । ଏକ୍ସପର୍ଟ ମାନେ କହୁଛନ୍ତି ଯେ, ଆଗକୁ ସରକାର ପେଟ୍ରୋଲ-ଡ଼ିଜେଲ ଦରରେ ୧୦ ପ୍ରତିଶତ କମାଇବାକୁ ଯାଉଛନ୍ତି ।

ଗ୍ଲୋବାଲ ମାର୍କେଟରେ ତୈଳ ଦର କମିବାର ସମ୍ଭାବନା ରହିଛି । ଏକ୍ସପର୍ଟଙ୍କ କହିବା ଅନୁସାରେ, ବୈଦେଶିକ ତୈଳ ଦର କ୍ରମଶଃ କମିବାରେ ଲାଗି ଜାନୁଆରୀରେ ପହଁଚି ସାରିଲାଣି । ସେହିପରି ଘରୋଇ ତୈଳ ମୂଲ୍ୟରେ କୌଣସି ହ୍ରାସ ଦେଖିବାକୁ ମିଳିନାହିଁ । ସେଥିପାଇଁ ଆଶଙ୍କା କରାଯାଉଛି ଯେ, ଆଗକୁ ପେଟ୍ରୋଲ-ଡ଼ିଜେଲ ଦର ହ୍ରାସ ଘଟିବାକୁ ଯାଉଛି । ବ୍ରେଣ୍ଟ କ୍ରୁଡରେ ପେଟ୍ରୋଲ-ଡ଼ିଜେଲ ଲିଟର ପିଛା ୮୫ଡଲାର ରହିଥିଲା । ଏବେ ତାହା କମି ୭୮ ଡଲାର ରହିଛି । ସେହିପରି ଖାଇବା ତୈଳ ଦର ୧୫୦ଡଲାର ରହିଥିବା ବେଳେ ଆଜି ସେହି ଦରରେ ହ୍ରାସ ଘଟି ୮୫ ରୁ ୭୫ ଡଲାର ମଧ୍ୟରେ ସ୍ଥିର ରହିଛି ।

ଦେଖିବାକୁ ଗଲେ ଗ୍ଲୋବାଲ ମାର୍କେଟରେ ଲଗାତାର ତୈଳ ଦର ହ୍ରାସ ଘଟିବା ବେଳେ ଘରୋଇ ବଜାରରେ ବଢିବା ଏବଂ ଉଚ୍ଚ ଦରରେ ସ୍ଥଗିତ ରହିବା ଦେଖାଦେଇଛି । କମୋଡିଟି ଏକ୍ସପର୍ଟ ମୁତାବକ, ଯଦି କ୍ରୁଡର ଦର ୧ଡଲାର କମୁଛି ତେବେ ରିଫାଇନାରୀ କମ୍ପାନୀରେ ୪୫ପଇସା ବଂଚୁଛି । ଏହି ହିସାବରେ ତୁଳନା କରାଗଲେ, ବର୍ତ୍ତମାନ କମ୍ପାନୀର କ୍ଷତି ପୂରଣ ହେବ ତେବେ ପେଟ୍ରୋଲ-ଡ଼ିଜେଲରେ ଏହାର ଦର ହ୍ରାସ କରାଯାଇ ପାରିବ । ତେଣୁ ଖୁବ ଶିଘ୍ର ତୈଳ ଦର କମିବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.