fbpx

ଖାକି ବର୍ଦ୍ଦି ଉପରେ ମନ୍ତ୍ରୀଙ୍କ ସମ୍ପର୍କୀୟର ଦବଙ୍ଗଗିରି: ହୋମଗାର୍ଡ ମାଗୁଛନ୍ତି ନ୍ୟାୟ

ବରେଲି: ବାରମ୍ବାର ଆଇନ ସହ ଖେଳିବାରେ ଲାଗିଛନ୍ତି ହାତରେ ପାୱାର ଥିବା କିଛି ବେଲଗାମ ନେତାମନ୍ତ୍ରୀ ଆଉ ସେମାନଙ୍କ ସମ୍ପର୍କୀୟ । ଯାହାର ଆଉଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀଙ୍କ ସମ୍ପର୍କୀୟ ଆଇନକୁ ହାତକୁ ନେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ହୋମଗାର୍ଡଙ୍କୁ ମାଡ ମାରିଥିବା ମନ୍ତ୍ରୀଙ୍କ ପୁତୁରା ନାଁରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଜଙ୍ଗଲ ମନ୍ତ୍ରୀ ଅରୁଣ କୁମାରଙ୍କ ପୁତୁରା ଅମିତ ଆଇନ ଉପରେ ଦେଖାଇଛି ଦବଙ୍ଗଗିରି । ସାଙ୍ଗମାନଙ୍କ ସହ ମିଶି ଜଣେ ହେମାଗାର୍ଡଙ୍କୁ ପିଟୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆକ୍ରମଣର କାରଣ ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ । ଦାଦାଙ୍କ ମନ୍ତ୍ରୀପଦର ସାହସରେ ଅମିତ ଏମିତି ଏକ କାଣ୍ଡ ଘଟାଇଥିବା ଚର୍ଚ୍ଚା ହେଉଛି ।

ପଟେ ଘଟଣାଟି ହାଇପ୍ରୋଫାଇଲ ମାମଲା ହୋଇଥିବାରୁ ତଦନ୍ତ ନେଇ ଆଲୋଚନା ଚାଲିଛି । ତେବେ ମାରପିଟ ପୂର୍ବରୁ ଏକ ବିୟର ପାର୍ଟି ଚାଲୁଥିବା ସୂଚନା ମିଳିଛି । ମାମଲାଟି ୨ ଦିନ ପୂର୍ବର ବୋଲି ଜଣାପଡିଛି । ତେବେ ମାମଲାର ଏନସିଆର ରେକର୍ଡ କରାଯାଇଛି ।

Get real time updates directly on you device, subscribe now.