fbpx

(ଭିଡ଼ିଓ) ଖୁବଶୀଘ୍ର ଦିଆଯିବ ସଂରକ୍ଷଣ ତାଲିକା, ଜାଣନ୍ତୁ ଏନେଇ ଆଉ କ’ଣ କହିଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ଖୁବ ଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବେ ସରକାର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ‘ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ପ୍ରକାଶ କରିସାରିଛି ପଞ୍ଚାୟତିରାଜ ବିଭାଗ । ଆସନ୍ତା କିଛି ଦିନ ଭିତରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ତାଲିକା ପ୍ରକାଶ କରାଯିବ । ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ କରିଛି ପଞ୍ଚାୟତରାଜ ବିଭାଗ । ସମସ୍ତ ସଂରକ୍ଷଣ ତାଲିକା ଚୂଡାନ୍ତ କରି ନିର୍ବାଚନ ଆୟୋଗକୁ ଦିଆଯିବ ।’

କୋର୍ଟଙ୍କ ନିର୍ଦେଶ ଅନୁସାରେ ସମସ୍ତ ପ୍ରକ୍ରିୟା ହେଉଥିବାରୁ ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ହେଉଛି । ସଂରକ୍ଷଣ ୫୦ ପ୍ରତିଶତ ଟପିବନି ବୋଲି କୋର୍ଟଙ୍କ ନିର୍ଦେଶ ରହିଛି । ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Get real time updates directly on you device, subscribe now.