fbpx

ଲୁଟେରାଙ୍କୁ ଧରାଇଲେ ପାଇବେ ପୁରସ୍କାର: ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଏମିତି ଘୋଷଣା କଲା ପୋଲିସ

ଓଡିଶା ଭାସ୍କର: ବେଶ୍ କିଛି ଦିନ ହେବ ରାଜଧାନୀବାସିନ୍ଦାଙ୍କ ନିଦ ହଜାଇ ଦେଇଛନ୍ତି ଆପାର୍ଟମେଣ୍ଟ ଲୁଟେରା। ଫଳରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି କମିଶନରେଟ୍ ପୋଲିସ। ତେବେ ବିଗତ ୪ ମାସ ଭିତରେ ପାଖାପାଖି ୧୫ରୁ ଊର୍ଦ୍ଧ୍ୱ ଆପାର୍ଟମେଣ୍ଟରେ ଏହି ଲୁଟେରା ମାନେ କଳାକାନା ବୁଲାଇ ଚାଲିଛନ୍ତି। ଏଣୁ ଏହାକୁ ନେଇ କିଛି ଦିନ ତଳେ ପୋଲିସ ସତର୍କ ଜାରି କରିଥିବା ବେଳେ ଏବେ ସେହି ଲୁଟେରାଙ୍କୁ ଧରିବା ପାଇଁ ଏକ ନୂଆ ଉପାୟ ଆପଣାଇଛି। ଏହି ଲୁଟେରାଙ୍କୁ ଧରାଇଲେ ପୁରସ୍କାର ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

ସୂଚନା ଥାଉକି, କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଆପାର୍ଟମେଣ୍ଟ ଲୁଟେରାଙ୍କ ପୋଷ୍ଟର ମରାଯାଉଛି। ଯେଉଁମାନେ ଲୁଟେରାଙ୍କ ବିଷୟରେ କୌଣସି ତଥ୍ୟ ବା ସେମାନଙ୍କ ଠିକଣା ଦେବେ ସେମାନଙ୍କୁ ପୁରସ୍କୃତ କରାଯିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ରହିଛି। ୱାଣ୍ଟେଡ୍ ପୋଷ୍ଟରରେ ଲେଖାଯାଇଛି ଉପରୋକ୍ତ ଅପରାଧୀମାନେ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟ, ଫ୍ଲାଟ୍ ଓ ଘରୁ ସୁନା ଗହଣା ଲୁଟ୍ କରିଥାନ୍ତି। ଏମାନଙ୍କ ସମ୍ପର୍କରେ ସୂଚନା ଦିଅନ୍ତୁ। ୧୦ ହଜାର ଟଙ୍କା ପୁରସ୍କାର ଜିତନ୍ତୁ। ସୂଚନାଦାତାଙ୍କ ନାଁ, ଠିକଣା ଗୋପନ ରଖାଯିବ। ଏଥିପାଇଁ ପୋଲିସ ପକ୍ଷରୁ ଦୁଇଟି ନମ୍ବର ବି ସାର୍ବଜନୀନ କରାଯାଇଛି।

Get real time updates directly on you device, subscribe now.