fbpx
BJD SKY
BJD SKY

ତମାଖୁ ବର୍ଜନ ପାଇଁ ଅନୁରୋଧ କରୁଛି ବାଲୁକା କଳା

BJD

ପୁରୀ(ଓଡିଶା ଭାସ୍କର): ତମାଖୁ ବର୍ଜନ ଦିବସ ଉପଲକ୍ଷେ ପୁରୀ ସମୁଦ୍ର ବେଳାଭୂମିରେ ପ୍ରଦର୍ଶିତ ହୋଇଛି ବାଲୁକା କଳା । ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବ ସୁନ୍ଦର ବାଲୁକା କଳାରେ ଓଡିଶା ତଥା ଦେଶବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି । ସିଗାରେଟ ଗଦା ଉପରେ ଜଣେ ମଣିଷର କଙ୍କାଳ ସଦୃଶ ଏକ ଚିତ୍ର କରି ସମସ୍ତଙ୍କ ମନ କିଣି ନେଇଛନ୍ତି ସୁଦର୍ଶନ । ଏକ ନିଆରା ଏବଂ ଭିନ୍ନ ଉପାୟରେ ସେ ସମସ୍ତଙ୍କୁ ଏହି ଦିନର ମାହାତ୍ମ୍ୟ ଉପରେ ବୁଝାଇ ଦେଇଛନ୍ତି ।

ପ୍ରତିବର୍ଷ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରଯାଏ । ତମାଖୁ ସେବନ ଦ୍ୱାରା ମଣିଷ ଶରୀରରେ କେଉଁ ପ୍ରକାର କ୍ଷତି ହୋଇଥାଏ, ଏବଂ କିଭଳି ମଣିଷ ଜୀବନକୁ ନଷ୍ଟ କରିଦିଏ, ସେ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇ ଦେବା ପାଇଁ ଏହି ଦିନ ପାଳନ କରାଯାଇଥାଏ । ତେବେ ଏହି ବାର୍ତ୍ତାକୁ ବାଲୁକା ଚିତ୍ରର ରୂପ ଦେଇ ପୁରୀ ବେଳାଭୂମିରେ ପ୍ରଦର୍ଶନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।

Get real time updates directly on you device, subscribe now.