fbpx

କିଙ୍ଗ ଖାନଙ୍କ ପାଇଁ ଅଟକିଲା ଟାଇଗର-୩ର ଶୁଟିଙ୍ଗ: ଚିନ୍ତାରେ ଭାଇଜାନ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହରୁଖ କାନ ଏବଂ ଦବଙ୍ଗ ଷ୍ଟାର ସାଲମାନ ଖାନ ଅନେକଫିଲ୍ମରେ ଏକାଠି ନଜର ଆସି ସାରିଛନ୍ତି । ଉଭୟ ପରସ୍ପରଙ୍କ ବିଭିନ୍ନ ଚଳଚ୍ଚିତ୍ରରେ କାମିଓ ସିନ କରିଥିବା ଅନେକ ଉଦାହରଣ ରହିଛି । ସେହିଭଳି ଏକ ଫିଲ୍ମ ଆସୁଛି ସାଲମାନଙ୍କ ଟାଇଗର-୩ । ଏହି ଫିଲ୍ମରେ ଶାହରୁଖ ଏକ କାମିଓ ରୋଲ କରିବାର ଯୋଜନା ରହିଥିଲା । ଏହି ରୋଲ ଜରିଆରେ ସେ ନିଜ ଫିଲ୍ମ ‘ପଠାନ’ର ମଧ୍ୟ ପ୍ରୋମୋସନ କରିବେ । ତେବେ ଦୀର୍ଘ ଦିନ ପରେ ଏହି ଦୁଇ ସୁପରଷ୍ଟାରଙ୍କ ଯୋଡିକୁ ଦେଖିବା ପାଇଁ ପ୍ରଶଂସକମାନେ ମଧ୍ୟ କୁବ ଆଗ୍ରହୀ ରହିଛନ୍ତି ।

କିନ୍ତୁ ଏବେ ଲାଗୁଛି ଫ୍ୟାନ୍ସମାନଙ୍କର ଏହି ଅପେକ୍ଷା ଆହୁରି ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହିବ । ପଠାନ ଫିଲ୍ମର ଲୁକ ସହିତ ହିଁ ଏହି କାମିଓ ରୋଲରେ ନଜର ଆସିବେ ଶାହରୁଖ । ତେବେ ଏହି ସିନ ଶୁଟ କରିବା ପାଇଁ ଆହୁରି ୨ ମାସ ସମୟ ଲାଗିବ ବୋଲି ଜଣାପଡିଛି । ସାଲମାନ ଖାନଙ୍କୁ ଏହି ସିନ ପାଇଁ ଅପେକ୍ଷା କରାଇ ଚାଲିଛନ୍ତି କିଙ୍ଗ ଖାନ । ଏହି ବର୍ଷ ଜୁନ ମାସରେ ଏହି ସିନ ଶୁଟିଙ୍ଗ କରାଯିବାର ସୂଚୀ ରହିଥିଲା । କିନ୍ତୁ ଅନ୍ୟ ଏକ ପ୍ରୋଜେକ୍ଟରେ ଶାହରୁଖ ବ୍ୟସ୍ତ ଥିବାରୁ ଏହି ସିନ ପାଇଁ ବିଳମ୍ବ କରାଇ ଚାଲିଛନ୍ତି ।

Salman Khan Led Tiger 3, Shah Rukh Khan's Pathan To Cross Path Yet Again & It's Happening Sooner Than Expected?

ନୂଆ ସିନେମାରେ ଶାହରୁଖଙ୍କ ନୂଆ ଲୁକ ଯୋଗୁଁ ସେ ଟାଇଗର-୩ ର କାମିଓ ସିନ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି । ତେଣୁ ଏହି ସିନର ଶୁଟିଙ୍ଗ କରିବା ପାଇଁ ଦୁଇ ମାସ ସମୟ ନେଇଛନ୍ତି ଶାହରୁଖ ଖାନ । ମନୀଷ ଶର୍ମାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରରେ ସାଲମାନ-କ୍ୟାଟ୍ରିନା ଯୋଡି ସହ ଇମ୍ରାନ ହ।।ସମୀ ମଧ୍ୟ ନଜର ଆସିବେ । ଅନ୍ୟ ପକ୍ଷରେ ସାଲମାନ ମଧ୍ୟ ନୂଆ ମୋଭି କଭି ଇଦ କଭି ଦିୱାଲୀକୁ ନେଇ ବ୍ୟସ୍ତ ରହିଛନ୍ତି ।

Get real time updates directly on you device, subscribe now.