fbpx
BSKY SKY
BSKY SKY

ଭାଇଜାନଙ୍କ ଗୀତ ଗାଇ ସମସ୍ତଙ୍କ ମନ କିଣିଲେ କୁନି ପ୍ରତିଭା: ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ

BSKY

ନୂଆଦିଲ୍ଲୀ: ସୋଶିଆଲ ମିଡିଆ ଏବେ ପ୍ରତିଭାକୁ ଖୋଜି ବାହାର କରିବାରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଅନେକ ଟାଲେଣ୍ଟ ସୋଶିଆଲ ମିଡିଆରେ ଭାଇରାଲ ହୋଇ ରାତାରାତି ଷ୍ଟାର ପାଲଟିଯାଉଛନ୍ତି । ସେହିପରି ଜଣେ କୁନିପିଲାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ବଲିଉଡର ଭାଇଜାନ ସାଲମାନ ଖାନଙ୍କ ଅଭିନୀତ ପୁରୁଣା ଫିଲ୍ମର ଗୀତ ଗାଇ ଏବେ ସେ ଟ୍ରେଣ୍ଡିଙ୍ଗରେ ରହିଛନ୍ତି । ସୁମଧୁର ସ୍ୱରରେ ଏହି ଗୀତ ଗାଇ ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ସାଲମାନଙ୍କ ପୁରୁଣା ସିନେମା “କହିଁ ପ୍ୟାର ନା ହୋ ଯାଏ”ର ଟାଇଟଲ ଟ୍ରାକ ଗାଇ ସୋଶିଆଲ ମିଡିଆରେ ଭାଇରାଲ ହେଉଛନ୍ତି ସ୍କୁଳ ଛାତ୍ରୀ । ୩୪ ସେକେଣ୍ଡର ଏହି ଭିଡିଓରେ ଏହି ଗୀତକୁ ଖୁବ ସୁନ୍ଦର ସ୍ୱରରେ ଗାଉଥିବାର ଦେଖିବାକୁ ମିଳିଛି । ବିନା ଟ୍ରେନିଙ୍ଗରେ ଏମିତି ଗୀତ ଗାଇ ସମସ୍ତଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ଏହି କୁନି ପ୍ରତିଭା । ଆଇଏଏସ ଅଧିକାରୀ ଅବିନାଶ ଶରଣ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । କୁନି ଝିଅର ସୁରିଲା କଣ୍ଠରେ ଏହି ଭିହିଓ ଏବେ ସୋଶିଆଲ ମିୀଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଅପଲୋଡ ହେବା ପରେ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓ ଦେଖି ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.