fbpx

ଓଡ଼ିଶାରେ ବିଶ୍ୱର ସର୍ବବୃହତ୍ ସବୁଜ ଷ୍ଟିଲ ପ୍ଲାଣ୍ଟ ତିଆରି କରିବ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ଲିମିଟେଡ(ଜେଏସପିଏଲ) ଓଡ଼ିଶାରେ ବିଶ୍ୱର ସବୁଠୁ ବଡ଼ ସବୁଜ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି । ଅନୁଗୁଳ-ତାଳଚେର କୋଇଲା ଖଣିର ଉକ୍ରଳ ବି୧ ଏବଂ ବି୨ କୋଲ୍ ବ୍ଲକକୁ ଅଧିଗ୍ରହଣ କରିଛି କମ୍ପାନୀ । ୨୦୩୦ ସୁଦ୍ଧା ଏନେଇ କାମ ଶେଷ ହେବା ନେଇ କହିଛନ୍ତି ଜେଏସପିଏଲ ଚେୟାରମ୍ୟାନ ନବୀନ ଜିନ୍ଦଲ ।

ନବୀନ ଜିନ୍ଦଲ ଟ୍ୱିଟରରେ ଏନେଇ ସୂଚନା ଦେବା ସହ କହିଛନ୍ତି ଯେ ଜେଏସପିଏଲ ର ପ୍ରତିଷ୍ଠାତା ଓପି ଜିନ୍ଦଲଙ୍କ ଶ୍ରାଦ୍ଧ ବାର୍ଷିକୀରେ ଏହି ନିଷ୍ପତ୍ତି ନିଆଯାଇଛି । ନବୀନ ଜିନ୍ଦଲ କହିଛନ୍ତି ନୂତନ ଅଧିଗ୍ରହଣ ଦ୍ୱାରା ଓପି ଜିନ୍ଦଲ ଏବଂ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ପୂରଣ ହେବ । ସେ ଆହୁରି କହିଛନ୍ତି ଓଡ଼ିଶା ଆମର କର୍ମଭୂମି ଏବଂ ଆମେ ଏହାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହା ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟୀକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଅନୁଗୁଳ-ତାଳଚେର କୋଇଲ ଖଣିରେ ପ୍ରାୟ ୩୪୭ ମିଲିୟନ ଟନର ଖଣିଜ ସମ୍ପଦ ରହିଛି । ଯାହା କମ୍ପାନୀକୁ ଗ୍ରୀନ ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ ଅଧିକ ସହାୟକ ହେବ । ଏଥିପାଇଁ ଓଡ଼ିଶାରେ କମ୍ପାନୀ ୧,୨୫,୦୦୦ କୋଟି ନିବେଶ କରିପାରେ । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ଜେଏସପିର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏହି ପ୍ରକଳ୍ପ ଯୋଗୁଁ ୨୦୩୦ ସୁଦ୍ଧା କମ୍ପାନୀ ୨୫.୨ ମିଲିୟନ ଟନ ବାର୍ଷିକ ଉତ୍ପାଦନ କରିବ । ଯାହା ବିଶ୍ୱର ବୃହତ୍ତମ ଗ୍ରୀନ ଷ୍ଟିଲ ପ୍ଲାଣ୍ଟ ହେବ ଏବଂ ବିଶ୍ୱରେ ଇସ୍ପାତ ଉତ୍ପାଦନରେ ଓଡ଼ିଶାର ସହଭାଗିତା ବୃଦ୍ଧ ହେବ ।

ଜେଏସପି ବିଶ୍ୱରେ ପ୍ରଥମ ଏପରି ଷ୍ଟିଲ୍ ପ୍ଲାଣ୍ଟ ହେବା ଯାଉଛି ଯାହା କୋଲ୍ ଗ୍ୟାସିଫିକେସନ ଟେକ୍ନୋଲୋଜୀର ବ୍ୟବହାର ଉତ୍ପାଦନ ପାଇଁ କରିବାକୁ ଯାଉଛି ।

Get real time updates directly on you device, subscribe now.