fbpx

ମାଟି ଶୁଖିଯିବ, ରହିବନି ପାଣି- ଏବେଠୁ ସାବଧାନ୍ ହୁଅ: ଚେତାବନୀ ଜାରି କଲେ ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ: ଆଗାମୀ ଭବିଷ୍ୟତକୁ ନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଆସନ୍ତା ଦିନରେ ମାଟି ଶୁଖିଯିବା ସହିତ ପାଣି ମଧ୍ୟ ଶେଷ ହୋଇଯିବ ବୋଲି ସୁପ୍ରିମକୋର୍ଟ ତରଫରୁ ଚେତାବନୀ ଜାରି ହୋଇଛି । କିଛିଟା କାରଣ ପାଇଁ ବର୍ତ୍ତମାନ ଧିରେ ଧିରେ ମାଟି ଶୁଖିବାକୁ ଯାଉଥିବା ବେଳେ ପାଣି ମଧ୍ୟ ସରି ସରି ଆସୁଛି । ପ୍ରତିବର୍ଷ ବହୁ ପରିମାଣରେ ନଡ଼ା ପୋଡ଼ିବା ଏହାର ଏକ ବଡ଼ ଉଦାହରଣ ହୋଇପାରେ । ଯାହାକୁ ନେଇ ଖୁବ ଚିନ୍ତାପ୍ରକଟ କରିଛନ୍ତି ସୁପ୍ରିମ ଅଦାଲତ । ତେଣୁ ଏଭଳି କାର୍ଯ୍ୟରୁ କୃଷକମାନଙ୍କୁ ଦୂରେଇ ରହିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଛନ୍ତି । ନଚେତ୍ ଏହାର ପରିମାଣ କେତେ ୟଙ୍କର ହେବ ସେ ନେଇ ମଧ୍ୟ କୋର୍ଟ ଚେତାଇ ଦେଇଛନ୍ତି ।

ପଞ୍ଜାବରେ ଉର୍ବର ମାଟି ଏବଂ ଜଳ ସଂସାଧନ ସହିତ ମହତ୍ତ୍ୱପୂର୍ଣ୍ଣ କୃଷି ଉତ୍ପାଦେୟତା ପାଇଁ ପଞ୍ଜାବ ଖୁବ ଚର୍ଚ୍ଚାରେ ରହିଥାଏ । ତେବେ ସୋମବାର ପଞ୍ଜାବରେ ୬୩୪ ସ୍ଥାନରେ ନଡ଼ା ଜଳାଇବା ମାମଲା ସାମ୍ନାକୁ ଆସିଛି । ସେହିପରି ପୋଲିସ ତରପରୁ ମଧ୍ୟ ଏହି ନଡ଼ା ଜଳାଇବା ଘଟଣାକୁ ବନ୍ଦ କରିବା ପାଇଁ ଲଗାତାର ପ୍ରୟାସ ଜାରି ରହିଛି । ତେବେ ନଭେମ୍ବର ୮ ତାରିଖ ସୁଦ୍ଧା ୧,୦୮୪ ମାମଲା ରୁଜୁ ହୋଇଥିବା ବେଳେ ୭,୯୯୦ ମାମଲାରେ ୧.୮୭କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହାପରେ ମଧ୍ୟ ଥମିବାର ନାଁ ଧରୁନି ଏଭଳି ମାମଲା ।

ତେବେ କୋର୍ଟରେ ମଧ୍ୟ ଏଭଳି ମାମଲାର ଶୁଣାଣୀ କରରାଯାଉଛି । ଦିଲ୍ଲୀରେ ପ୍ରଦୂଷଣକୁ ନେଇ ମାମଲା ଉପରେ ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, “ପଞ୍ଜାବରେ ମାଟିର ଆର୍ଦ୍ରତା ହ୍ରାସ ପାଇବା ଏକ ଚିନ୍ତାର ବିଷୟ ପାଲଟିଛି । ଧିରେ ଧିରେ ସାରା ରାଜ୍ୟରେ ମାଟି ଶୁଖିବା ଆରମ୍ଭ କରିଥିବା ବେଳେ ଜଳସ୍ତର ମଧ୍ୟ ନିମ୍ନଗାମୀ ହେଉଛି । ତେବେ ଏଭଳି କାର୍ଯ୍ୟ ଜାରି ରହିଲେ ମାଟି ଶୁଖିଯିବା ସହିତ ଅନ୍ୟ ସମସ୍ତ ଜିନିଷ ମଧ୍ୟ ପ୍ରଭାବିତ ହେବ । ତେଣୁ କୃଷକମାନଙ୍କୁ ଧାନଚାଷ କରିବାର ପରିଣାମକୁ ବୁଝିବା ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।”

Get real time updates directly on you device, subscribe now.