fbpx

ମନ୍ତ୍ରୀଙ୍କ ପୁଅ ହାତରେ ମେଗା Sex Scandals: ମାମଲାକୁ ନେଇ ଦୋହଲୁଛି କେନ୍ଦ୍ର ସରକାର

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସେକ୍ସ ସ୍କାଣ୍ଡଲ ମାମଲା ବୃଦ୍ଧି ପାଇବାରେ ଲାଗିଛି । ମହିଳାଙ୍କ ଶରୀରକୁ ନେଇ ବ୍ୟବସାୟ କରି ଅନେକ ଅପରାଧୀ କୋଟିପତି ହେଉଥିବା ବେଳେ ଯୁବତୀମାନେ ଏହାର ଶୀକାର ହେଉଛନ୍ତି । ତେବେ ଏଭଳି ଏକ ମେଗା ସେକ୍ସ ରାକେଟ ମାମଲାରେ ଫସିଛନ୍ତି ଜଣେ ମନ୍ତ୍ରୀଙ୍କ ପୁଅ । ଏକ ବଡ଼ ସେକ୍ସ ସ୍କାଣ୍ଡଲର ସେ ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ମିଳିଛି । ଏନେଇ ଜଣାପଡ଼ିବା ପରେ ମାମଲା ଏବେ କେନ୍ଦ୍ର କ୍ୟାବିନେଟରେ ପହଞ୍ଚି ସରକାରଙ୍କୁ ଦୋହଲାଇ ଦେଇଛି ।

ସୂଚନା ଅନୁସାରେ, ପାକିସ୍ତାନରେ ଧରା ପଡ଼ିଥିବା ମେଗା ସେକ୍ସ ସ୍କାଣ୍ଡଲର ମାଷ୍ଟରମାଇଣ୍ଡକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସେହବାଜ୍ ସରିଫ କ୍ୟାବିନେଟରେ ଖାଦ୍ୟ ସୁରକ୍ଷା ମନ୍ତ୍ରୀ ଚୌଧୂରୀ ତାରିକ ବସିର ଚିମାଙ୍କ ପୁଅ ୱାଲିଦାଦ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଛି । ଏହାବ୍ୟତୀତ ଆଇୟୁବିର ସୁରକ୍ଷା ମୁଖ୍ୟ ମେଜର ଏଜାଜ ଶାହା ମଧ୍ୟ ଏହି ରାକେଟର ଅନ୍ୟ ଜଣେ ମୁଖ୍ୟ ଖଳନାୟକ ଥିବା ଜଣାଯାଇଛି । ୱାଲିଦାଦ ଡ୍ରଗ୍ସ ବ୍ୟବସାୟ କରୁଥିବା ବେଳେ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ନିଶାଶକ୍ତ ଅବସ୍ଥାରେ ଯୌନଶୋଷଣ କରି ଭିଡିଓ କରିଥାଏ । ତେବେ ଏଜାଜ ଛାତ୍ରୀମାନଙ୍କୁ ଡ୍ରଗ୍ସ ଯୋଗାଇବା ସହିତ ସେମାନଙ୍କର ଅଶ୍ଳୀଳ ଭିଡିଓ ରେକର୍ଡ କରେ । କିନ୍ତୁ ବର୍ତ୍ତମାନ ଏହି ସ୍କାଣ୍ଡଲର ପର୍ଦ୍ଦାଫାଶ ହୋଇଛି ।

ବିଶ୍ୱବିଦ୍ୟାଳୟର କର୍ମଚାରୀଙ୍କ ପାଖରୁ ପୋଲିସ ପ୍ରାୟ ୫,୫୦୦ସେକ୍ସ ଭିଡିଓ ଜବତ କରିଛି । ତେଣୁ ଏହପରେ ୱାଲିଦାଦ ଏବଂ ଏଜାଜଙ୍କୁ ଗିରଫ କରିବା ପାଇଁ ପୋଲିସ ଅପରେସନ ଆରମ୍ଭ କରିଛି । ସେପଟେ ମନ୍ତ୍ରୀ ତାରିକ ବସିର ପୁଅକୁ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ କରି ଚାଲିଛନ୍ତି । ରାଜନୀତି ଜଗତରେ ଏହି ମାମଲା ଏବେ ଏକ ଝଡ଼ ସୃଷ୍ଟି କରିଛି । ନିର୍ବାଚନରେ ୱାଲିଦାଦକୁ ଓହ୍ଲାଇବା ପାଇଁ ଚେଷ୍ଟ କରୁଥିବା ବେଳେ ଏହାପୂର୍ବରୁ ହିଁ ତାରିକଙ୍କ ସବୁ ପ୍ଲାନ ଭୁଷୁଡ଼ି ପଡ଼ିଛି ।

Get real time updates directly on you device, subscribe now.