fbpx

ନିଟ୍ ପ୍ରବେଶିକାରେ ଉତ୍ତୀର୍ଣ୍ଣ ହେଲେ ରିକ୍ସା ଚାଳକଙ୍କ ପୁଅ; ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ମୁର୍ଶିଦ

ଭୁବନେଶ୍ୱର: ଟ୍ରଲି ଚାଳକଙ୍କ ପୁଅ ହେବେ ଡାକ୍ତର । ଗରିବ ପରିବାରରୁ ବାହାରିଲେ ଡ଼ାକ୍ତରୀପୁଅ । ନିଷ୍ଠା ଓ ଏକାଗ୍ରତା ଥିଲେ ଯେ କେହିବି ବ୍ୟକ୍ତି ନିଶ୍ଚିତ ସଫଳତା ପାଇପାରିବ, ତାହା କରିଦେଖାଇଛନ୍ତି ଭଦ୍ରକ ପୁରୁଣା ବଜାରର ମୁର୍ଶଦ ଖାନ୍ । ମୈରାଜ ଖାନ ନାମକ ଜଣେ ଗରିବ ଟ୍ରଲି ଚାଳକଙ୍କ ପୁଅ ହେଉଛନ୍ତି  ମୁର୍ଶିଦ ଖାନ । ସେ ଚଳିତ ବର୍ଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଓ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ବାପା ମୈରାଜ ଖାନ ଜଣେ ଟ୍ରଲି ଚାଳକ ଭାବେ ଯାହା ରୋଜଗାର କରନ୍ତି ସେଥିରେ ନିଜର ୪ ଜଣ ପୁଅ ଓ ଦୁଇ ଜଣ ଝିଅ ଙ୍କୁ ପାଠ ପଢ଼ାଇବା ସହିତ ପରିବାରକୁ ବହୁ କଷ୍ଟରେ ଚଳାନ୍ତି । ତେବେ ୨୦୦୭ ମସିହାରେ ଦୁର୍ଘଟଣାର ଶିକାର ହେବା ପରେ ସେ ଆଉ ଟ୍ରଲି ଚଳାଇ ପାରିନଥିଲେ । ବଡ଼ ପୁଅ ରିଆଜ ଉଦିନ ଖାନ ପରିବାରର ବୋଝ ନିଜେ ସମ୍ଭାଳିବା ସହିତ ଭାଇମାନଙ୍କୁ ପାଠ ପଢ଼ାଇଲେ । ତେବେ ପିଲାଟି ବେଳୁ ମେଧାବୀ ଛାତ୍ର ମୁର୍ଶିଦ ଖାନଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିଲା ତଥାପି ମୁର୍ଶିଦ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା ଚଳାଇଥିଲେ । ଭଦ୍ରକ କଲେଜରେ +୨ ବିଜ୍ଞାନରେ ପାସ କଲା ପରେ ସେ ନିଜେ ବାରମ୍ବାର ଡାକ୍ତରୀ ପଢିବା ପାଇଁ ଏଣ୍ଟ୍ରାନ୍ସ ଦେଲେ । ବିଫଳ ହେଉଥିଲେ ବି ପ୍ରଚେଷ୍ଟା ଜାରି ରଖିଥିଲେ । ତେବେ ସାଙ୍ଗମାନଙ୍କ ଶହ କେତେକ ପତ୍ରପତ୍ରିକାରୁ ଜିନଦେଗୀ ଫାଉଣ୍ଡେସନ ବିଷୟରେ ଜାଣି ସେମାନଙ୍କ ଶହ ଯୋଗାଯୋଗ କରିଥିଲେ ।

ପରେ ସେହି ଫାଉଣ୍ଡେସନ ମୁର୍ଶିଦ ଖାନଙ୍କ ଆଗ୍ରହ ଓ ଜ୍ଞାନକୁ ତର୍ଜମା କରି ତାଙ୍କ କୋଚିଂ ସେଣ୍ଟରରେ ପଢ଼ାଇବାର ବନ୍ଦୋବସ୍ତ କରିଥିଲେ । ଆଉ ଶେଷରେ ମୁର୍ଶିଦ ନିଟ୍ ପରୀକ୍ଷାରେ ୬୦୯ ନମ୍ବର ରଖି କୃତକାର୍ଯ୍ୟ ହେବା ସହ ସର୍ବଭାରତୀୟ ସ୍ତରରେ ୧୫,୨୩୯ ତମ ରାଙ୍କ ହାସଲ କରିଥିଲେ । ଯାହାକି ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢିବା ପାଇଁ ମନୋନୀତ ହୋଇଛନ୍ତି । ଏହି ଖବର ତାଙ୍କ ପରିବାର ପାଇଁ ଖୁସି ଆଣିଥିଲା ବେଳେ ସାହି ଲୋକ ଓ ତାଙ୍କ ଶିକ୍ଷକମାନେ ମଧ୍ୟ ବେଶ ଖୁସି । ତେବେ ଆଗକୁ ଡାକ୍ତରୀ ପଢି ଜଣେ ଭଲ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ମୁର୍ଶିଦ ।

 

Get real time updates directly on you device, subscribe now.