fbpx

ଆମେରିକାରେ ପୁଣି ଉଡ଼ିଲା ଅଜଣା ବସ୍ତୁ: ଏପରି କହିଲେ ଏଲନ ମସ୍କ

Advertisement

ନ୍ୟୁୟର୍କ: ଆମେରିକା ବାୟୁ କ୍ଷେତ୍ରରେ ଏକ ଅଜଣା ବସ୍ତୁ ଉଡ଼ିଥିବାର ନଜର ଆସିଛି । ସେଠାରେ ସରକାର ଏବଂ ବାୟୁସେନା ଏନେଇ ଆଲର୍ଟ ମୋଡରେ ଅଛନ୍ତି । ଗତକାଲି ଏପରି ଅନ୍ୟ ଏକ ବସ୍ତୁ ଦେଖିବାକୁ ମିଳିଛି । ତେବେ ଏହାକୁ ନ ଡରିବା ପାଇଁ ଏଲନମସ୍କ ଲୋକମାନଙ୍କୁ କହିଛନ୍ତି । କେବଳ ଏତିକି ନୁହେଁ ସେ ଏଲିୟନ ଏବଂ ୟୁଏଫଓ କୁ ନିଜର ସାଙ୍ଗ ବୋଲି କହୁଛନ୍ତି ।

ରବିବାରଦିନ ଆମେରିକା-କାନାଡା ବର୍ଡରରେ ଏକ ଯୁଦ୍ଧ ବିମାନ ଅନ୍ୟ ଏକ ଗୁପ୍ତଚର ଜିନିଷକୁ ପଠାଇଛି । ଏଥିରେ ଯଦି ଚୀନର ଗୁପ୍ତଚର ବେଲୁନ କଥାକୁ ସଂଯୋଗ କରାଯିବ ତେବେ ଏହା ଚତୁର୍ଥ ଘଟଣା ଅଟେ । ଏନେଇ ମସ୍କ ଟ୍ୱିଟ କରିଛନ୍ତି ଯେ, ଚିନ୍ତା କରନ୍ତୁ ନାହିଁ, ମୋର କିଛି ଏଲିୟନ ସାଙ୍ଗ ମୋତେ ଭେଟିବାକୁ ଆସିଛନ୍ତି ।

ଆମେରିକା ରକ୍ଷା ମନ୍ତ୍ରଣାଳୟର ମୁଖ୍ୟାଳୟ ପେଣ୍ଟଗନର ପ୍ରେସ ସଚିବ ବିଗ୍ରେଡିଏର ଜେନେରାଲ ପେଟ ରଇଟର କହିଛନ୍ତି ଯେ, ରାଷ୍ଟ୍ରପତି ଜୋ ବାଇଡେନ ନିର୍ଦ୍ଦେଶରେ ଏକ ଏଫ-୧୬ ଯୁଦ୍ଧ ବିମାନ ମିଶିଗନ ରାଜ୍ୟ ହୁରୋନ ହ୍ରଦ ଉପରେ ଆମେରିକା ବାୟୁକ୍ଷେତ୍ରରେ ପାଖାପାଖି ୨୦,୦୦ ଫୁଟ ଉଚ୍ଚରେ ଉଡ଼ୁଥିବା ବସ୍ତୁକୁ ଆକ୍ରମଣ କରିବା ପାଇଁ AIM9X ବ୍ୟବହାର କରିଥିଲେ।

ପୂର୍ବ ଶନିବାର ଦିନ ଦକ୍ଷିଣ କୈରୋଲାଇନା ତଟ ଠାରୁ ଦୂରରେ ଆଣ୍ଟାଲାଟିକା ମହାସାଗରରେ ଏକ ଗୁପ୍ତଚର ବେଲୁନ ଆକାଶରେ ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ସେହିପରି ଶୁକ୍ରବାର ଦିନ ଆଲାସ୍କାରେ ଏବଂ ଶନିବାର ଦିନ କାନାଡା ବାୟୁକ୍ଷେତ୍ରରେ ଏପରି ଏକ ଅଜ୍ଞାତ ବସ୍ତୁକୁ ଆକ୍ରମଣ କରିବା ପାଇଁ ଲକ୍ଷ ରଖିଥିଲା । ତେବେ ରାଷ୍ଟ୍ରପତି ବାଇଡ଼ନ ଏବଂ ରକ୍ଷା ମନ୍ତ୍ରୀ ଲାୟଡ ଆଷ୍ଟିନ ରବିବାର ଦିନ ବାୟୁକ୍ଷେତ୍ରରେ ଉଡୁଥିବା ବସ୍ତୁକୁ ଆକ୍ରମଣ କରିବାକୁ ଆଦେଶ ଦେଇଛନ୍ତି । ଏହା ଯେଉଁ ଉଚ୍ଚତାରେ ଉଡୁଥିଲା ତାହା ସମସ୍ତଙ୍କୁ ଭୟଭୀତ କରିଦେଇଛି ଏବଂ ଏହା ନାଗରିକଙ୍କ ପାଇଁ କ୍ଷତିକାର ମଧ୍ୟ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.