fbpx
BJD SKY
BJD SKY

ବହୁଭାଷୀ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର, ଏଣିକି ଏତିକି ମିଳିବ ଦରମା

BJD

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସରକାର ଯେତିକି ସରକାରୀ କ୍ଷେତ୍ରରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରୁଛନ୍ତି ସରକାରୀ ଚାକିରିଆଙ୍କ ଉପରେ ମଧ୍ୟ ସେତିକି କୃପା ବୃଷ୍ଟି କରୁଛନ୍ତି। କିଛି ଦିନ ତଳେ ରାଜ୍ୟ ସରକାର କର୍ମଚାରୀମାନଙ୍କର ମହଙ୍ଗା ଭର୍ତ୍ତା ବୃଦ୍ଧି କରିଥିବା ବେଳେ ଏବେ ବହୁଭାଷୀ ଶିକ୍ଷକ ମାନଙ୍କର ଦରମା ବୃଦ୍ଧି କରିଛନ୍ତି। ଆଗରୁ ବହୁଭାଷି ଶିକ୍ଷକମାନେ ୩୨୦୦ ଟଙ୍କା ପାଉଥିବା ବେଳେ ଏବେ ୫୩୭୯ ଟଙ୍କା ପାଇବେ।

ଏନେଇ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଭିମୁଖୀ କରିବା ଓ ବିଦ୍ୟାଳୟରେ ଯୋଗଦାନ କରିବାକୁ ଉତ୍ସାହିତ କରିବା ପାଇଁ ୨୦୦୭-୦୮ ମସିହାରେ ସରକାର ୨୨୧ ଜଣ ବହୁଭାଷୀ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଥିଲେ। ଏହି ଶିକ୍ଷକମାନେ ମୟୁରଭଞ୍ଜ, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଏବଂ ମାଲକାନଗିରି ଏବଂ ସମ୍ବଲପୁର ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି। ତେବେ ୨୦୨୦ ମସିହାଠାରୁ ପାରିଶ୍ରନିକ ଭାବେ ସେମାନଙ୍କୁ ୩୨୦୦ ଟଙ୍କା ରାଜ୍ୟ ସରକାର ପ୍ରଦାନ କରୁଥିଲେ।

Get real time updates directly on you device, subscribe now.