fbpx

କାହିଁକି ବ୍ଲୁ ଟିକ୍ ପାଇଁ ଟଙ୍କା ନେବାକୁ ଜିଦ ଧରିଲେ ଏଲନ ମସ୍କ? ଜାଣନ୍ତୁ ମାସକୁ କେତେ ହେବ ରୋଜଗାର…

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଏବେ ୟୁଜରମାନଙ୍କ ପାଇଁ ଏକ ବଡ ଘୋଷଣା କରିଛି । ଆକାଉଣ୍ଟରେ ବ୍ଲୁ ଟିକ୍ ହାସଲ କରିବା ପାଇଁ ହେଲେ ମାସିକ ୮ ଡଲାର (୬୬୦ ଟଙ୍କା) ଦେବାକୁ ହେବ ବୋଲି କହିଛନ୍ତି ଏଲନ ମସ୍କ । ଏହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅନେକ ସେଲିବ୍ରିଟି ଏହି ବ୍ଲୁ ଟିକ୍ ଦରକାର ନାହିଁ ବୋଲି ମଧ୍ୟ କହି ଦେଇଛନ୍ତି । ଏହାପରେ ମଧ୍ୟ ଏଲନ ମସ୍କ ନିଜ ଜିଦିରେ ଅଟଳ ରହିଛନ୍ତି । ତେବେ କାହିଁକି? ଏହି ଟଙ୍କାରୁ କେତେ ଲାଭ ବାନ ହେବେ ଟ୍ୱିଟର ଏବଂ ଏଲନ ମସ୍କ?

ନିଜ ସଠିକ ନିଷ୍ପତ୍ତି ଏବଂ ଦୂର ଚିନ୍ତାକୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ । କିନ୍ତୁ ଟ୍ୱିଟରକୁ କିଣିବା ପରେ ତାଙ୍କର କିଛି ନିଷ୍ପତ୍ତିକୁ ନେଇ ସେ ଏବେ ଟାର୍ଗେଟରେ ରହିଛନ୍ତି । କିଛଇ ୟୁଜର ତାଙ୍କୁ ଟ୍ୱିଟର ଛାଡିବା ପାଇଁ ମଧ୍ୟ ଧମକ ଦେଇ ସାରିଲେଣି । ବ୍ଲୁ ଟିକ୍ ପାଇଁ ମାସିକ ୬୬୦ ଟଙ୍କାକୁ ସେମାନେ ବିରୋଧ କରିଛନ୍ତି । ତେବେ ଏହି ରିପୋର୍ଟ ଅନୁଯାୟୀ, ଏବେ ଟ୍ୱିଟର ନିକଟରେ ପ୍ରାୟ ୪.୨୪ ଲକ୍ଷ ଭେରିଫାଏଡ ୟୁଜର ରହିଛନ୍ତି । ତେବେ ଏହି ସମସ୍ତ ୟୁଜର ଯଦି ନିଜ ବ୍ଲୁ ଟିକ୍ ପାଇଁ ମାସିକ ୬୬୦ ଟଙ୍କା ପ୍ରଦାନ କରନ୍ତି, ତେବେ ଟ୍ୱିଟର ଏମାନଙ୍କ ପାଖରୁ ମାସକୁ ୩୪ ଲକ୍ଷ ଡଲାର(୨୮ କୋଟି) ଟଙ୍କା ଆମଦାନୀ କରିପାରିବ ।

ଏହାବ୍ୟତୀତ ଯଦି ନୂଆ ନିୟମ ପରେ କୌଣସି ୟୁଜର ଏହି ବ୍ଲୁ ଟିକ୍ ହାସଲ କରୁଛନ୍ତି, ତେବେ ଟ୍ୱିଟର ଆହୁରି ଅଦିକ ଟଙ୍କା ରୋଜଗାର କରିବ ବୋଲି କହିଛନ୍ତି ବିଶେଷଜ୍ଞ । ସେପଟେ ଏହି ନିୟମକୁ ନେଇ ଏକ୍ସପର୍ଟ କହିଛନ୍ତି ଯେ, ଟ୍ୱିଟରକୁ କିଣିବା ପରେ ଏଲନ ମସ୍କ ଏକ ପ୍ରକାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ୪୪ ଆରବ ଡଲାର ସମ୍ପତ୍ତି ଏକାଠି କରିବା ପାଇଁ ବ୍ୟାଙ୍କରୁ ବଡ ଆମାଉଣ୍ଟର ଲୋନ ମଧ୍ୟ ନେବାକୁ ପଡିଛି । ଏଥିପାଇଁ ଟ୍ୱିଟରରୁ ଏହି ଟଙ୍କା ଉଠାଇବାକୁ ଚାହୁଁଛନ୍ତି ଏଲନ ମସ୍କ । ଟ୍ୱିଟର ଡିଲ ପାଇଁ ମସ୍କ ୧୨ ଆରବ ଡଲାର ଲୋନ ନେଇଥିବା ସୂଚନା ମିଳିଛି । ତେଣୁ ଏହି ଆର୍ଥିକ ସଂକଟରୁ ମୁକୁଳିବା ପାଇଁ ଏଲନ ମସ୍କ ଏପରି ଏକ କଠୋର ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.