fbpx

CM Kisan Yojna; ଆଜି ୪୬ ଲକ୍ଷ ଚାଷୀଙ୍କୁ ମିଳିବ ପ୍ରଥମ କିସ୍ତି: ନୂଆଁଖାଇ ଭେଟି ଦେବେ ରାଜ୍ୟ ସରକାର

ସମ୍ବଲପୁର: ଆଜି ଓଡ଼ିଶାର ଗଣପର୍ବ ନୂଆଁଖାଇ । ପଶ୍ଚିମ ଓଡ଼ିଶାରେ ବିଶେଷ କରି ଏହାର ଖୁବ ମହତ୍ତ୍ୱ ରହିଛି । ତେବେ ଏହି ପରିପ୍ରେକ୍ଷୀରେ ସମ୍ବଲପୁରରେ ସିଏମ କିଷାନ ଯୋଜନା ଶଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କିସ୍ତିରେ ଆଜି ୪୬ ଲକ୍ଷ ଚାଷୀଙ୍କୁ ମିଳିବ ନୂଆଁଖାଇ ଭେଟି । ନୂଆଁଖାଇ ଅବସରରେ ଶୁଭାରମ୍ଭ ପାଇଁ ସମ୍ବଲପୁରରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି । ଏହାବ୍ୟତୀତ ରାଜ୍ୟର ଦୁଇ ଉପ-ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଆଜି ପ୍ରଥମ କିସ୍ତିରେ ପ୍ରାୟ ୪୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଏହି ଯୋଜନାର ପ୍ରଥମ କିସ୍ତି ପଠାଯିବ । ଡିବିଟି ମାଧ୍ୟମରେ ଚାଷୀମାନଙ୍କୁ ୯୨୫ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.