ଭୁବନେଶ୍ୱର: ଆଜିଠାରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ୟୁନିଟି-୧ସ୍ଥିତ ଆଦିବାସୀ ପଡ଼ିଆରେ ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ୧୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଆଦିବାସୀ ଗ୍ରାମ, ଜନଜାତି, ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ସାମିଲ୍ କରାଯାଇଛି। ଚଳିତ ଥର ୧୦ଟି ଆଦିବାସୀ ଗ୍ରାମ ସମେତ ୧୨୧ଟି ଷ୍ଟଲ୍ରେ ଆଦିବାସୀମାନେ ସେମାନଙ୍କର କଳାସାମଗ୍ରୀ ଓ ଜଙ୍ଗଲଜାତ ଦ୍ରବ୍ୟ ଆଦି ବିକ୍ରି କରିବେ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି। ଅପରାହ୍ଣ ସାଢ଼େ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଆଦିବାସୀ ମେଳା-୨୦୨୩ର ଶୁଭ ଉଦ୍ଘାଟନ କରିବେ। ୟୁନିଟ୍-୧ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳାରେ ଜନଜାତିଙ୍କ ଦ୍ବାରା ପ୍ରସ୍ତୁତ ଓ ସଂଗୃହୀତ କଳା ସାମଗ୍ରୀ ଓ ଲଘୁ ବନଜାତ ଦ୍ରବ୍ଯର ପ୍ରଦର୍ଶନ ଓ ବିକ୍ରି ହେବ।
୨୦ ଫେବୃଆରୀରୁ ୦୧ ମାର୍ଚ୍ଚ, ୨୦୨୩
ଅପରାହ୍ନ ୨.୩୦ରୁ ରାତି ୯ଟା pic.twitter.com/QxNfy1p0pH— I & PR Department, Odisha (@IPR_Odisha) February 20, 2023