fbpx

ଭୟଙ୍କର ରୂପ ନେବ ଗ୍ରୀଷ୍ମ ଲହରୀ: ଏଲନିନୋ ବଢାଉଛି ବିପଦ, ଆହୁରି ଉତ୍ତପ୍ତ ହୋଇପାରେ ପୃଥିବୀ

ନୂଆଦିଲ୍ଲୀ: ଏହି କିଛି ଦିନ ମଧ୍ୟରେ ଘାତକ ରୂପ ନେଇଛି ଗ୍ରୀଷ୍ମଲହରୀ । ପ୍ରବଳ ଖରା ଏବଂ ତାତିକୁ ସହି ନ ପାରି ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ତେବେ ମୌସୂମୀଭାରତରେ ପାଦ ଥାପିବା ପରେ ଏହି ହିଟେଓଭରୁ ସାମାନ୍ୟ ମୁକ୍ତି ମିଳିଛି । କିନ୍ତୁ ପୁଣିଥରେ ଲୋକଙ୍କୁ ଭୟଭୀତ କରିଦେଇଛି ପାଣିପାଗ ବିଭାଗର ସୂଚନା । ଦେଶର କିଛି ସ୍ଥାନରେ ବର୍ଷା ହେବା ସହ କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ଲାଗି ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି । ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହି ପ୍ରଚଣ୍ଡ ତାତି ଲୋକଙ୍କୁ ହନ୍ତସନ୍ତ କରିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହାର ପ୍ରମୁଖ କାରଣ ପାଲଟିପାରେ ଏଲନିନୋ ପ୍ରଭାବ ।

ଦେଶରେ ଆସନ୍ତ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରା ଉଚ୍ଚରେ ରହିବ । ଏଲନିନୋର ପ୍ରଭାବ ଯୋଗୁଁ ସମୁଦ୍ର ପୃଷ୍ଠଭୂମିରେ ମଧ୍ୟ ତାପମାତ୍ରା ଅଧିକ ରହିଛି । ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦିନରେ ଏହି ତାପମାତ୍ରା ଏବଂ ଗ୍ରୀଷ୍ମଲହରୀ ଘଟଣା ଖୁବ ବୃଦ୍ଧି ହେବାର ସମ୍ଭାବନା ରହିଛି । ବିଶ୍ୱ ପାଣିପାଗର ସଂଜ୍ଞା ଅନୁସାରେ, ଲଗାତାର ୫ ରୁ ଅଧିକ ଦିନ ପର୍ଯ୍ୟନ୍ତ ତାପମାତ୍ରା ସର୍ବାଧିକ ୫୦ ଡିଗ୍ରୀରୁ ଅଧିକ ରହିଲେ, ଏହାକୁ ଗ୍ରୀଷ୍ମପ୍ରବାହ କୁାହଯାଇଥାଏ । ତେବେ ଏହି ତୁଳନାରେ ଭାରତର ଉପକୂଳବର୍ତ୍ତୀ ସ୍ଥାନଗୁଡିକ ପାଇଁ ୪୦ ଏବଂ ଅନ୍ୟାନ୍ୟ ସ୍ଥାନ ପାଇଁ ୫୦ ଡିଗ୍ରୀ ସେଲସିୟସ ସ୍ଥିର କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଚଳିତବର୍ଷ ଏହି ଗ୍ରୀଷ୍ମପ୍ରବାହ ଏତେ ବୃଦ୍ଧି ହୋଇଛି ଯେ, ଏହା ଅନେକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି ।

ସୂଚନା ଅନୁସାରେ, ଗତବର୍ଷ ୨୦୨୨ରେ ୨୦୩ଟି ଗ୍ରୀଷ୍ମଲହରୀ ରେକର୍ଡ କରାଯାଇଥିବା ବେଳେ ୨୦୨୧ରେ ୩୬ଟି ଗ୍ରୀଷ୍ମଲହରୀ ଆସିଥିଲା । ତେବେ ଚଳିତବର୍ଷ ଏହିସଂଖ୍ୟା ଆହୁରି ବୃଦ୍ଧି ପାଇଛି । ଗତ ୧୨-୧୪ ଦିନ ହେଲା ଓଡିଶା ସମେତ ଝାଡଖଣ୍ଡ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ସେହିପରି ୮-୧୦ ଦିନରୁ ପୂର୍ବ ଉତ୍ତରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ବିହାର, ଛତିଶଗଡ ଏବଂ ବିଦର୍ଭରେ ମଧ୍ୟ ହିଟୱେଭ କଲବଲ କରୁଛି । ସେପଟେ ୨୦୨୧ ମସିହାରେ ୭,୧୨୬ଟି ମୃତ୍ୟୁ ମଧ୍ୟରୁ ଗ୍ରୀଷ୍ମଲହରି ଯୋଗୁ ୫.୨ ପ୍ରତିଶତ (୩୭୪) ମୃତ୍ୟୁ ହୋଇଛି। ୨୦୧୭ରୁ ୨୦୨୧ ମଧ୍ୟରେ ୪,୧୯୫ ଅଂଶୁଘାତ ଯୋଗୁ ମୃତ୍ୟୁ ବରଣ କରିଥିଲେ।

ଗ୍ରୀଷ୍ମପ୍ରବାହ ଯୋଗୁଁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ଅନେକ ରାଜ୍ୟ ସରକାର ମୃତକଙ୍କ ପାଇଁ କ୍ଷତିପୂରଣ ଦେଇଛନ୍ତି । ନିକଟରେ ଅଂଶୁଘାତରେ ମହାରାଷ୍ଟ୍ରର କିଛି ଲୋକ ପ୍ରାଣ ହରାଇବା ପରେ ରାଜ୍ୟ ସରକାର ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି । ତେବେ ଓଡିଶାରେ ଏହି ରାଶି ୫୦ ହଜାର ଟଙ୍କା ଘୋଷଣା କରାଯାଇଛି ।

Get real time updates directly on you device, subscribe now.