fbpx

କେଜ୍ରିଓ୍ଵାଲଙ୍କ ଆବେଦନ ଉପରେ ହାତ ଟେକିଦେଲେ ସୁପ୍ରିମ୍ କୋର୍ଟ; ‘ଆମେ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିବୁ’

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜାମିନ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍ କୋର୍ଟ ତାଙ୍କ ଆବେଦନଖାରଜ କରିଦେଇଛନ୍ତି। ମଙ୍ଗଳବାର ହାଇକୋର୍ଟଙ୍କ ରାୟ ଆସିବାକୁ ଯାଉଛି ଏବଂ ଆମେ ପ୍ରଥମେ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିବୁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।

ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ଋଷିକେଶ କୁମାର ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ ସୁପ୍ରିମକୋର୍ଟ ବୁଧବାର ଏହି ମାମଲାର ଶୁଣାଣି କରିବେ। ଶୁକ୍ରବାର ସନ୍ଧ୍ୟାରେ ରାଉଜ୍ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ, ଯାହା ବିରୋଧରେ ଇଡି ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲା।

ଦୀର୍ଘ ଦିନର ଶୁଣାଣି ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିବା ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟ ୨-୩ ଦିନ ପାଇଁ ରାୟ ସଂରକ୍ଷିତ ରଖିଛନ୍ତି। ଏହା ପୂର୍ବରୁ ରାଉଜ୍ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ଦେଇଥିବା ଜାମିନ ଉପରେ ରୋକ୍ ଲଗାଇଥିଲେ। ଅରବିନ୍ଦ କେଜ୍ରିଓ୍ଵାଲ ଜାମିନ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାର୍ଚ୍ଚ ମାସରେ ଗିରଫ କରିଥିଲା। ସାଧାରଣ ନିର୍ବାଚନ ସମୟରେ ପ୍ରଚାର ପାଇଁ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଜୁନ୍ ୨ ରେ ଜାମିନ ଅବଧି ଶେଷ ହୋଇଥିଲା ଏବଂ କେଜ୍ରିୱାଲଙ୍କୁ ପୁଣି ଥରେ ତିହାର ଜେଲକୁ ପଠାଯାଇଥିଲା ।

Get real time updates directly on you device, subscribe now.