(Video) ଶିକ୍ଷକ ପଚାରିଲେ-ରାବଣକୁ କିଏ ମାରିଲା? ଶିଶୁଟି ରାଣ ଖାଇ ଯାହା କହିଲା, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଶିଶୁମାନେ ଭଗବାନ ସମାନ ହୋଇଥାଆନ୍ତି। ଏମାନଙ୍କ ପିଲାଳିଆମି କଥାବାର୍ତ୍ତା ଶୁଣିବାର ଖୁସି କିଛି ବି କମ ନୁହେଁ। ଇଣ୍ଟରନେଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ଶିଶୁଙ୍କୁ ପଚରାଗଲା କିଏ ରାବଣ କୁ ମାରିଛି? ସେ ଏହି ପ୍ରଶ୍ନର ଯେଉଁ ଉତ୍ତର ଦେଲେ ତାକୁ ଶୁଣି ଆପଣ ହସି ହସି ଗଡିବେ।

ରାବଣକୁ କିଏ ମାରିଲା? ଏହି ପ୍ରଶ୍ନର ଉତ୍ତର ଦେଇ ଶିଶୁଟି କହିଲା- ମାଆଙ୍କ ରାଣ ସାର ଜୀ! ଆମେ ପାଣି ପିଇବାକୁ ଯାଇଥିଲୁ। ଏଥିସହ ଅନ୍ୟ ଜଣେ ଶିଶୁକୁ ଇସାରା କରି ସେ କହିଲେ, ସାର ଜୀ ଆମେ ମାରିନୁ, ଇଏ ମାରିଛି.. ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକଙ୍କୁ ଖୁବ ପସନ୍ଦ ଆସିଛି। ଦେଖନ୍ତୁ ଏହି ଭିଡିଓ..

Get real time updates directly on you device, subscribe now.