fbpx

ଟିମ ଇଣ୍ଡିଆକୁ ଫେରିବେ Mr. Dependable! ରଣଜୀରେ ଦମଦାର ଡବଲ ସେଞ୍ଚୁରୀ ହାସଲ କଲେ ଚେତେଶ୍ୱର ପୂଜାରା

Advertisement

ନୂଆଦିଲ୍ଲୀ: ଖରାପ ଫର୍ମ ପାଇଁ ବର୍ତ୍ତମାନ ଟିମ ଇଣ୍ଡିଆରୁ ବାଦ୍ ପଡ଼ିଛନ୍ତି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା । ତାଙ୍କ ସ୍ଥାନରେ ଷ୍ଟାର ବ୍ୟାଟର ଶୁଭମନ ଗିଲଙ୍କୁ ସୁଯୋଗ ଦେଇଛି ବିସିସିଆଇ । କିନ୍ତୁ ପୂଜାରା ପୁଣିତରେ ନିଜ ସ୍ଥାନ ଛଡ଼ାଇ ନେବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ଘରୋଇ କ୍ରିକେଟରେ ବିସ୍ଫୋରକ ବ୍ୟାଟିଂ କରି ଟିମ ଇଣ୍ଡିଆର ଚୟନ କମିଟିକୁ ସନ୍ଦେଶ ପଠାଇଛନ୍ତି ପୂଜାରା । ରଣଜୀ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚରେ ଦ୍ୱିଶତକ ହାସଲ କରି ନିଜ ଦମ୍ ଦେଖାଇଛନ୍ତି ଭାରତୀୟ ଟେଷ୍ଟ ଦଳର Mr. Dependable ।

ସୌରାଷ୍ଟ୍ର ତରଫରୁ ଖେଳୁଥିବା ପୂଜାରା ଝାଡ଼ଖଣ୍ଡ ବିପକ୍ଷରେ ଏକ ବିସ୍ଫୋରକ ଦ୍ୱିଶତକ ହାସଲ କରିଛନ୍ତି । ଫାଷ୍ଟ କ୍ଲାସ କ୍ୟାରିୟରର ୧୭ତମ ଦ୍ୱିଶତକ ହାସଲ କରି ଟିମ ଇଣ୍ଡିଆରେ କମବ୍ୟାକ ପାଇଁ ପାଦ ଆଗକୁ ବଢାଇଛନ୍ତି । ଫାଷ୍ଟ କ୍ଲାସ କ୍ରିକେଟରେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ ଏହି ତାଲିକାରେ ପଛରେ ପକାଇ ଦେଇଛନ୍ତି ପୂଜାରା । ସୌରାଷ୍ଟ୍ର କ୍ରିକେଟ ସଂଘ ଆସୋସିଏସନ୍ ଷ୍ଟାଡିୟମରେ ଝାଡ଼ଖଣ୍ଡ ବିରାଧରେ ୨୪୩ ରନର ଏକ ଦମଦାର ଇନିଂସ ଖେଳିଛନ୍ତି । ମାତ୍ର ୩୫୬ ବଲରେ ୨୪୩ ରନର ଏକ ବିସ୍ଫୋରକ ଇନିସ ଖେଳିଛନ୍ତି ପୂଜାରା । ଏହି ପାଳି ପରେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କୁ ସେ ପଛରେ ପକାଇ ଦେଇଛନ୍ତି ।ଫାଷ୍ଟ କ୍ଲାସ କ୍ରିକେଟରେ ସର୍ବାଦିକ ସ୍କୋର କରିବା ତାଲିକାରେ ଲକ୍ଷ୍ମଣଙ୍କୁ ଅତିକ୍ରମ କରି ନେଇଛନ୍ତି । ଏହି ବିସ୍ଫୋରକ ଇନିଂସ ସହ ସେ ପୁଣିଥରେ ଭାରତୀୟ ଦଳକୁ କମବ୍ୟାକ କରିବା ଆଶା ବଢିଯାଇଛି । ଆସନ୍ତା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପୁଣିଥରେ ପୂଜାରାଙ୍କୁ ଦଳ ଚୟନ କରିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହି ତାଲିକାରେ ଶୀର୍ଷ ସ୍ଥାନରେ ସୁନୀଲ ଗାଭାସ୍କର(୨୫,୮୩୪) ରହିଥିବା ବେଳେ ଦ୍ୱିତୀୟରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର(୨୩,୭୯୪) ରହିଛନ୍ତି । ସେହିପରି ରାହୁଲ ଦ୍ରାବିଡ଼ ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ଚେତେଶ୍ୱର ପୂଜାରା ଲକ୍ଷ୍ମଣଙ୍କୁ ହଟାଇ ତୃତୟ ସ୍ଥାନ ଦଖଲ କରିଛନ୍ତି । ଲିଜେଣ୍ଡ କ୍ରିକେଟର ସାର୍ ଡନ୍ ବ୍ରାଡମ୍ୟାନଙ୍କ ନାମରେ ଫାଷ୍ଟ କ୍ଲାସ କ୍ରିକେଟରେ ସର୍ବାଧିକ ଦ୍ୱିଶତକ ହାସଲ କରିବାର ରେକର୍ଡ ରହିଛି । ବ୍ରାଡମ୍ୟାନ ଏହି ଫର୍ମାଟରେ ୩୭ଟି ଦ୍ୱିଶତକ ହାସଲ କରିଛନ୍ତି ।

Get real time updates directly on you device, subscribe now.