fbpx

ଏତିକି ନୁହେଁ ଆହୁରି ଜଳିବ; ୪୫ ଛୁଇଁବ ତାପମାତ୍ରା! ଆଜି ୪୦ ଡିଗ୍ରୀ ଉପରେ ୨୯ଟି ସହର

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଖରା ଅନୁଭୁତ ହେଉଛି । ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩ ଡିଗ୍ରୀ ସହ ବାରିପଦାରେ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହରର ରେକର୍ଡ ଭାଙ୍ଗିଛି । ସେହିଭଳି ନୂଆପଡ଼ା ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୪୨.୪ ଡିଗ୍ରୀ ରହିଛି । ବୌଦ୍ଧରେ ତାପମାତ୍ରା ୪୨ ଡିଗ୍ରୀ ରହିଛି । ଭୁବନେଶ୍ୱର ଓ ମାଲକାନଗିରିର ତାପମାତ୍ରା ୪୧.୯ ଓ କଟକର ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରିଛି ।

ତେବେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ତାପମାତ୍ରା ଆହୁରି ବଢିବ । ଏହା ୪୫ ଡିଗ୍ରୀ ଛୁଇଁବ ବୋଲି କୁହାଯାଉଛି । ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିପାରେ ବୋଲି କୁହାଯାଉଛି । ଗ୍ରୀଷ୍ମଲହରୀ ୧୮ରୁ ୨୦ ତାରିଖ ମଧ୍ୟରେ ଶିଖର ଛୁଇଁପାରେ ବୋଲି ଅନୁମାନ କରାଯାଇଛି । କିଛି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ଆକଳନ କରାଯାଇଛି । ଏହି ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Get real time updates directly on you device, subscribe now.