fbpx

ବଡ଼ ଦୁର୍ଘଟଣା: ଘାଟିରେ ଓଲଟିଲା ଅଟୋ, ୨୦ରୁ ଅଧିକ ଯାତ୍ରୀ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ଘଟିଯାଇଛି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ଘାଟିରେ ଅଟୋ ଓଲଟି ପଡ଼ିବା ଫଳରେ ୨୦ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଏକ ଘାଟିରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି । ବାଙ୍କେଶ୍ୱରୀ ଘାଟିରେ ଅଟୋଟି ଓଲଟି ପଡ଼ିଥିବା ଜଣାପଡ଼ିଛି । ସମସସ୍ତ ଅହତଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.