fbpx

ଲୋକସଭା ନିର୍ବାଚନ ପାଇଁ ୧୨ତମ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେଉଛି । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ଗ୍ରହଣ କରାଯିବ । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏପରି ସ୍ଥିତିରେ ରାଜନେତାମାନେ ଦଳ ବଦଳ କରୁଥିବା ଦେଖାଯାଉଛି ।

ପୂର୍ବରୁ ବିଜେପି ଲୋକସଭା ନିର୍ବାଚନ ପାଇଁ ୧୧ଟି ପର୍ଯ୍ୟାୟରେ ବିଭିନ୍ନ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ପୁଣି ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ୪ଟି ରାଜ୍ୟର ୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ମହାରାଷ୍ଟ୍ରର ସତାରା, ପଞ୍ଜାବର ଖଡୁର ସାହିବ, ହୋଶିୟାରପୁର ଓ ବଠିଣ୍ଡା, ଉତ୍ତରପ୍ରଦେଶର ଫିରୋଜାମାଦ ଓ ଦେଓରିଆ, ପଶ୍ଚିମବଙ୍ଗର ଡିଇମଣ୍ଡ ହାର୍ବର ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

Get real time updates directly on you device, subscribe now.