fbpx

IMF ପକ୍ଷରୁ ଆସିଲା ଖୁସି ଖବର: ଭାରତର ବିକାଶ ହାର ୬.୫ ନୁହେଁ, ୬.୮ ପ୍ରତିଶତ ବଢ଼ିବା ନେଇ ପୂର୍ବାନୁମାନ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତ ଅର୍ଥନୀତି କ୍ଷେତ୍ରରେ ଆଗକୁ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଅନେକ ସମୟରେ ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥାମାନେ ଭାରତର ଅଭିବୃଦ୍ଧିକୁ ନେଇ ଆକଳନ କରିଥାନ୍ତି । ତେବେ ଏହା ମଧ୍ୟରେ ଭାରତର ଅର୍ଥନୀତିକୁ ନେଇ ଅର୍ନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୨୦୨୪ରେ ଭାରତର ଅର୍ଥନୀତି ୬.୫ ନୁହେଁ, ୬.୮ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିବ ବୋଲି ଆଇଏମଏଫ ପକ୍ଷରୁ ଅନୁମାନ କରାଯାଇଛି ।

ଭାରତର ବିକାଶ ହାର ୬.୫ ପ୍ରତିଶତ ରହିବା ନେଇ ଗତ ଜାନୁଆରୀରେ ଆଇଏମଏଫ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ଚୀନ ଅପେକ୍ଷା ଭାରତର ଅଭିବୃଦ୍ଧି ଅଧିକ ରହିବ । ଚୀନର ଅଭିବୃଦ୍ଧି ୪.୬ ପ୍ରତିଶତ ରହିବ । ୨୦୨୫ରେ ଭାରତର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବା ନେଇ ଆଇଏମଏଫ ଦ୍ୱାରା ଜାରି କରାଯାଇଥିବା ୱାର୍ଲ୍ଡ ଇକୋନୋମିକ୍ ଆଉଟଲୁକ୍ (ଡବ୍ଲ୍ୟୁଇଓ)ର ସଦ୍ୟ ସଂସ୍କରଣରେ କୁହାଯାଇଛି । ସେହିପରି ଏସିଆର ଅଭିବୃଦ୍ଧି ହାର ୨୦୨୩ରେ ୫.୨ ପ୍ରତିଶତ ରହିଥିବା ବେଳେ ତାହା ୨୦୨୪ରେ ହ୍ରାସ ପାଇ ୪.୯ ପ୍ରତିଶତ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.