fbpx

ଶ୍ରୀମନ୍ଦିରରେ ବନ୍ଦ ରହିବ ମହାପ୍ରଭୁଙ୍କ ଦିବ୍ୟଦର୍ଶନ: ଭିତର କାଠରେ ରକ୍ତଛିଟା

Advertisement

ପୁରୀ: ପୁରୀ ଶ୍ରୀମନ୍ଦିରରେ ଘଣ୍ଟାଏ ପର୍ଯ୍ୟନ୍ତ ଦର୍ଶନ ଦେବେ ନାହିଁ ମହାପ୍ରଭୂ ଶ୍ରୀଜଗନ୍ନାଥ । ମନ୍ଦିର ଭିତରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଉଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ କରାଯାଇଛି । ଶ୍ରୀମନ୍ଦିରର ଭିତର କାଠରେ ରକ୍ତଛିଟା ଦେଖିବାକୁ ମିଳିଥିବା ବେଳେ କେହି ଜଣେ ଶ୍ରଦ୍ଧାଳୁ ଆହତ ହୋଇଥିବା ଅନୁମାନ କରାଯାଉଛି । ଏହାପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଇବା ପାଇଁ ନିଆଯାଇଛି । ତେବେ ମହାସ୍ନାନ ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନବନ୍ଦ କରିଛି ମନ୍ଦିର ପ୍ରଶାସନ । ଘଣ୍ଟାଏ ପରେ ପୁଣିଥରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିପାରିବେ ଭକ୍ତ ।

Get real time updates directly on you device, subscribe now.